ବୌଦ୍ଧ/୨୭/୭/୨୦୨୫/(ଆଧାର ମିଡ଼ିଆ)-ବୌଦ୍ଧ ଜିଲ୍ଲା ବ୍ୟାଡମିଣ୍ଟନ୍ ଆସୋସିଏସନ୍ ପକ୍ଷରୁ ଆସନ୍ତା ଅଗଷ୍ଟ ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ୍ (ରାଙ୍କି) ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏନେଇ ଆଜି ସନ୍ଧ୍ୟାରେ ଇଣ୍ଡୋର ଷ୍ଟାଡିୟମ ଠାରେ ବୌଦ୍ଧ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ପକ୍ଷରୁ ଆସୋସିଏସନର ସଭାପତି ପ୍ରଦୋଷ କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
ସମ୍ମିଳନୀରେ ସଚିବ ସୁନ୍ଦର ପ୍ରକାଶ ସୂଚନା ଦେଇ କହିଥିଲେ ଯେ ଏହି ସବୁ ଇଭେଣ୍ଟକୁ ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ୍ ଆସୋସିଏସନ ଦ୍ବାରା ଆନୁଷ୍ଠାନିକ ଭାବରେ ଅନୁମୋଦିତ କରାଯାଇଛି । ଏଥିରେ ପୁରୁଷ ସିଙ୍ଗଲସ, ପୁରୁଷ ଡବଲସ, ମହିଳା ସିଙ୍ଗଲସ, ମହିଳା ଦବଲ୍ସ ଏବଂ ମିଶ୍ରିତ ସିଙ୍ଗଲସରେ ବିଭିନ୍ନ ବର୍ଗରେ ରାଜ୍ୟର ଶୀର୍ଷସ୍ଥାନ ପାଇଥିବା ଖେଳାଳିଙ୍କ ସମେତ ମୋଟ ୧୩୬ ଜଣ ପ୍ରବେଶ ଗ୍ରହଣ କରିଛନ୍ତି । ଯେଉଁଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଖେଳାଳିମାନେ ଆସିଛନ୍ତି I ଟୁର୍ଣ୍ଣାମେଣ୍ଟକୁ ସୁପରିଚାଳନା ପାଇଁ ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ୍ ଆସୋସିଏସନ ଦ୍ବାରା ୨୫ଜଣ ବୈଷୟିକ ଅଧିକାରୀ ଏବଂ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବ ୧ ତାରିଖ ସନ୍ଧ୍ୟା ୭ ଟାରେ ଅନୁଷ୍ଠିତ ହେବ । ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ମୁଖ୍ୟ ଅତିଥି ଭାବରେ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସାମ୍ୱାଦିକ ସମ୍ମିଳନୀ କ୍ୟାସିଅର ଶିବାନନ୍ଦ ସାହୁ,ପରାମର୍ଶଦାତା ଜୁଲିୟସ୍ ମହାକୁଡ,ଉପାଧ୍ଯକ୍ଷ ପରେଶ ବେହେରା, ଇସି ସଦସ୍ୟ ଆଲୋକ ରଥ,ଇସି ସଦସ୍ୟ ଗଣେଶ ମହାପାତ୍ର, ବିଭୁଦତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
Recent Comments