logo
add image
 ଯୁବକଙ୍କୁ ମାରି ଖଣ୍ଡ ବିଖଣ୍ଡ ଶରୀରକୁ ଏଣେ ତେଣେ ଫୋପାଡ଼ି ଦେଲା ଦନ୍ତାହାତୀ

ଯୁବକଙ୍କୁ ମାରି ଖଣ୍ଡ ବିଖଣ୍ଡ ଶରୀରକୁ ଏଣେ ତେଣେ ଫୋପାଡ଼ି ଦେଲା ଦନ୍ତାହାତୀ

ବାଲିଗୁଡା/୨୭/୦୭/୨୦୨୫/(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ କଳିଙ୍ଗା ନିକଟସ୍ଥ ମାଲାନ ସୁଗା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଦନ୍ତାହାତୀ ଦଳି ଚକଟି ମାରି ଦେଇଥ‌ିବା ଅଭିଯୋଗ ହୋଇଛି। ପଦାସାହିରୁ କାମସାରି ଫେରୁଥିବା ବେଳେ ପାଜିମାହା ପାଖରେ ସାମନ୍ତ ଦିଗାଲଙ୍କୁ ଏକ ଦନ୍ତାହାତୀ ଦଳି ଚକଟି ଅତି ନିର୍ମମ ଭାବେ ମାରି ଦେଇଥିବାର ଦେଖିବାକୁ ମିଳିଛି ଏବଂ ଅନ୍ୟ ଜଣେ ପ୍ରାଣ ବିକଳରେ ଧାଇଁ ପଳାଇଥିଲେ। । ପ୍ରାୟ ଦୁଇଶହ ମିଟର ଭିତରେ ଖଣ୍ଡ ଖଣ୍ଡ ହୋଇ ମୃତଦେହ ପଡ଼ି ରହିଛି। କିଛି ଦେହର ଅଂଶ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ଏହି ଘଟଣାକୁ ନେଇ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ଉପୁଜିଛି ।
ଖବରପାଇ ଘଟଣା ସ୍ଥଳରେ ଜି.ଉଦୟଗିରି ଉପଖଣ୍ଡ ପୋଲିସ ଅଧିକାରୀ ବିଜୟ କୁମାର ବିଶି , ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁ, ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଅବ୍ୟାହତ ରଖିଛନ୍ତି । ସୂଚନା ଯୋଗ୍ୟ ଯେ ମୃତ ବ୍ୟକ୍ତିଙ୍କ ପରିବାରକୁ ରବିବାର ସରକାରଙ୍କ ତରଫରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଆଉ ୧୫ ଦିନ ମଧ୍ୟରେ ୯୦ ହଜାର ଦିଆଯିବ ଏବଂ ପୋଷ୍ଟମଟମ୍ ରିପୋର୍ଟ ଆସିଲା ପରେ ୯ ଲକ୍ଷ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ବିଜୟ କୁମାର ବିଶି । ଚଳିତ ବର୍ଷ ଜଙ୍ଗଲୀ ହାତୀଙ୍କ ଉପଦ୍ରବରେ ବହୁ ଘର ଭାଙ୍ଗିବା ସହ ବହୁ ଫସଲ, ଗଛ ନଷ୍ଟ ହୋଇଛି। କିଛିଦିନ ତଳେ ସୁଜେଲୀ ଗ୍ରାମର ପାତ୍ର ନାୟକଙ୍କୁ ଏକ ପାହାଡ ଉପରେ ହାତୀମାରି ଦେଇଥିବାର ଅଭିଯୋଗ ହୋଇଥିଲା।ଘୁମୁସର ବନଖଣ୍ଡରୁ ଅଧିକ ହାତୀ ଆସି ଏହି ଅଞ୍ଚଳରେ ଉପଦ୍ରବ ଚଲାଇଛନ୍ତି। ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

 

Recent Comments

Leave Comments

Top