logo
add image
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବିୟୋଗରେ ଶୋକ

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବିୟୋଗରେ ଶୋକ

ଜମନକିରା/୨୮/୦୭/୨୦୨୫/(ଆଧାର ମିଡ଼ିଆ): ବୁର୍ଲା ଭୀମସାର୍ ଆଇସିୟୁରେ ଚିକିତ୍ସାଧୀନ ଥିବା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବିୟୋଗ ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଗତ ୧୯ ତାରିଖ ଦିନ କୁଆଗୋଲା ନିକଟ ମୁକ୍ତେଶ୍ଵର ମନ୍ଦିରକୁ ସପତ୍ନିକ ଷ୍ଟୋରୀ ନୀୟୂଜ ସଂଗ୍ରହ କରି ଫେରିବା ବାଟରେ ଏନଏଚ ୫୩ କୁଲୁଣ୍ଡି ନିକଟ ପତରଫଣ୍ଡି ଛକରେ ବିପରୀତ ଦିଗରୁ ଆସୁଥିବା ବାଇକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ପ୍ରାୟ ୧୦ ଦିନକାଳ ବୁର୍ଲା ଆଇସିୟୁରେ ଜୀବନ ସଂଗ୍ରାମ କଲାପରେ ଆଜି ତାଙ୍କର ଦେହାନ୍ତ ଘଟିଛି।
ଏହି ଖବର ପାଇବା ପରେ ସ୍ୱର୍ଗତ ଦାସଙ୍କ ସହିତ ପରିଚିତ ବନ୍ଧୁ ଶୁଭେଛୁ ମହଲରେ ଶୋକ ପ୍ରକାଶକରି ତାଙ୍କ ସ୍ମୃତିଚାରଣ କରିଛନ୍ତି। ଗ୍ରାମ ଉନ୍ନୟନ ବିଭାଗ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ, କେନ୍ଦ୍ରମନ୍ତ୍ରୀ ତଥା ସାଂସଦଙ୍କ ପ୍ରତିନିଧି ରମେଶ ଚନ୍ଦ୍ର ସାହୁ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ବିଡ଼ିଓ ରବିନ୍ଦ୍ର ସେଠୀ, ବ୍ଲକ୍ ସାମ୍ବାଦିକ ୟୁନିଅନ୍ ସଭାପତି କ୍ଷିତିରଞ୍ଜନ ପଧାନ, ସମାଜସେବୀ ଆଦିପ୍ରସାଦ ମହାକୁଲ, ଏଡଭୋକେଟ କାନନବାଲା ପଟ୍ଟନାୟକ, ଏଡଭୋକେଟ ସରୋଜ ପଟ୍ଟନାୟକ, ବିଜେପି ଜମନକିରା ମଣ୍ଡଳ ସଭାପତି ବିଜୟ ନାଏକ, ଗୁଣ୍ଡୁରୁଚୁଆଁ ମଣ୍ଡଳ ସଭାପତି ମନୋଜ ମାଝୀ, ବ୍ଲକ୍ କଂଗ୍ରେସ ସଭାପତି କେଦାରନାଥ ବରିହା,ମୁକ୍ତେଶ୍ଵର ସାହିତ୍ୟ ସଂସଦ ସଭାପତି ଗୋକୁଳାନନ୍ଦ ଦାନୀ, ମୁକ୍ତେଶ୍ଵର ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ପି. କେ କନ୍ନପା, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀକାନ୍ତ ପଟେଲ, ଯୁବ ନାଗରିକ ସୁରକ୍ଷା ମଞ୍ଚ ସଭାପତି ଅବଦୁଲ ଗୁଳାମ କାଦିର୍, ଜମନକିରା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି।

Recent Comments

Leave Comments

Top