ସମ୍ବଲପୁର /ରେଙ୍ଗାଲି,୨୯/୦୭/୨୦୨୫(ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ)ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ମଙ୍ଗଳପୁର ପ୍ରାଥମିକ ବିଦ୍ୟାଳୟ ରୁ ବିଭିନ୍ନ ସାମଗ୍ରି ଚୋରି କରିଥିବା ଅଭିଯୋଗ ରେ ଚାରିଜଣ ଙ୍କୁ ରେଙ୍ଗାଲି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଥାଉକି,ଗତ ୨୬ତାରିଖ ମଧ୍ୟ ରାତ୍ରି ରେ ମଙ୍ଗଳପୁର ଗ୍ରାମର ପ୍ରାଥମିକ ବଦ୍ୟାଳୟର ତିନୋଟି କ୍ଲାସ୍ ରୁମ ର ତାଲା ଭାଙ୍ଗି , ଅଭିଯୁକ୍ତ ମାନେ ସେଠାରେ ଥିବା ୧୧ପକେଟ୍ ଚାଉଳ,ଦୁଇଟି ଷ୍ଟାଣ୍ଡ ପଙ୍ଖା ଓ ଗୋଟିଏ ସାମସଙ୍ଗ ଏଲ୍ ଇ ଡି ଟିଭି ଚୋରି କରି ନେଇଯାଇଥିଲେ।ଏ ନେଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସଂଯୁକ୍ତା ସାହୁ, ରେଙ୍ଗାଲି ଥାନା ରେ ଏକ ଲିଖିତ ଅଭିଯୋଗ ଦେଇଥିଲେ।ପୋଲିସ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ୍ କରିଥିଲେ। ଅଭିଯୁକ୍ତ ମାନେ ହେଲେ, କାସିପାଲି ଗ୍ରାମର କ୍ଷମାସିନ୍ଧୁ ବଞ୍ଛୋର୍ (୨୯), ପରଦେଶୀପାଲି ର ନାଗାର୍ଜୁନ ଖଡିଆ (୨୨),ପରଦେଶିପାଲି ର ଅର୍ଜୁନ ଖଡ଼ିଆ (୧୯) ଏବଂ ମଙ୍ଗଳପୁର ଗ୍ରାମର ନୃପ ଖଡ଼ିଆ (୨୧)।
Recent Comments