logo
add image
ଇଉ.ଏ.ଏସ ବ୍ୟବସ୍ଥାକୁ ପ୍ରାଥମିକ ଶିକ୍ଷକ ସଙ୍ଘର ବିରୋଧ

ଇଉ.ଏ.ଏସ ବ୍ୟବସ୍ଥାକୁ ପ୍ରାଥମିକ ଶିକ୍ଷକ ସଙ୍ଘର ବିରୋଧ

ବିଷମକଟକ/ରାୟଗଡା/୩୦/୦୭/୨୦୨୫/(ଆଧାର ମିଡ଼ିଆ//କାଷିନାଥ ପାଳ)-ବର୍ତମାନ ଶିକ୍ଷା ବ୍ୟବସ୍ଥାକୁ ସରକାର ଦୃଢ଼ କରିବା ନିମନ୍ତେ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ପାଇଁ  ପୋର୍ଟାଲ ମାଧ୍ୟମରେ ଉପସ୍ଥାନ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି ! ଶିକ୍ଷା ବ୍ୟବସ୍ଥାରେ ଥିବା ମୌଳିକ ଅଭାବ ଅସୁବିଧାକୁ ପୂରଣ ନକରି ଏଇ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନିଶ୍ଚିତ ଭାବେ ଏହା ପରିତାପର ବିଷୟ ।କାରଣ ବର୍ତମାନ ପ୍ରାଥମିକ ଶିକ୍ଷକ ସମାଜକୁ ସରକାରଙ୍କ ହୀନଦୃଷ୍ଟି ତଥା ବୋଝ ଉପରେ ନଳିତା ବିଡା ସଦୃଶ୍ୟ କାର୍ଯ୍ୟ ଭାର ଲଦି ଥିବାବେଳେ ଏହା ମୁଣ୍ଡବିନ୍ଧାର କାରଣ ହୋଇଛି।ପ୍ରାଥମିକ ଶିକ୍ଷକ ସମାଜର ମୁଳଦୁଆ ସଦୃଶ ହୋଇଥିବା ବେଳେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସବୁକାର୍ଯ୍ୟ ସୁଚାରୁରୂପେ କରି ଆସୁଛନ୍ତି ଏବଂ ସମସ୍ତ କାର୍ଯ୍ୟ ପାଇଁ ପ୍ରସ୍ତୁତ ଅଛନ୍ତି.କିନ୍ତୁ ମୌଳିକ ଅସୁବିଧା ଗୁଡିକ ଯାହା ବିଦ୍ୟାଳୟରେ ଦେଖିବାକୁ ମିଳୁଛି  ତାକୁ ସରକାର ଅଣଦେଖା କରୁଛନ୍ତି ! 
ତେବେ ଏ ସଂକ୍ରାନ୍ତରେ ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘର ୮ଗୋଟି ମୌଳିକ ଅସୁବିଧାକୁ ସରକାର ପୂରଣ କରିବା ପରେ ଇଉ.ଏ.ଏସ ପୋର୍ଟାଲରେ  ଉପସ୍ଥାନ ପ୍ରଦାନ କରିବା ନିମନ୍ତେ ସହମତି ସହ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଲିଖିତ ପ୍ରତିବାଦ ଜଣାଇଛନ୍ତି ! ରାୟଗଡା ଜ଼ିଲ୍ଲାର ଅନେକ ବିଦ୍ୟାଳୟରେ ବର୍ତମାନ ସୁଦ୍ଧା ବିଦ୍ୟୁତ ସଂଯୋଗ କି ନେଟ ତଥା ସ୍କୁଲ ଗୁଡିକୁ ଯିବା ଆସିବାରେ ଅନେକ ଅସୁବିଧା ରହିଛି.ଏଣୁ  ସରକାର ପ୍ରଥମେ ଭିତିଭୂମି ପ୍ରତିଷ୍ଠା ସହ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ପ୍ରଧାନ ଶିକ୍ଷକ ନିଯୁକ୍ତିକରନ୍ତୁ ।ତାପରେ ମୌଳିକ ଅସୁବିଧା ଦୂରୀକରଣ ନହେବା ଯାଏଁ ଇଉ.ଏ.ଏସ ପୋର୍ଟାଲକୁ ସମ୍ପୂର୍ଣ୍ଣ ବିରୋଧ କରିଛନ୍ତି  ମୁନିଗୁଡାର ମିଳିତ ପ୍ରାଥମିକ ଶିକ୍ଷକସଙ୍ଘ ।

Recent Comments

Leave Comments

Top