logo
add image
ବାଲିଗୁଡା ଏନଏସି ରେ କାଉନସିଲ ବୈଠକ

ବାଲିଗୁଡା ଏନଏସି ରେ କାଉନସିଲ ବୈଠକ

ବାଲିଗୁଡା/୦୧/୦୮/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜ୍ଞାପିତ ଅଞ୍ଚଳ ପରିଷଦର ସଭାଗୃହରେ ୧୨ ତ୍ତମ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା |ଏଥିରେ କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ,ସାଂସଦ ନଗର ପ୍ରତିନିଧି ଆଦିକନ୍ଦ ପଟନାୟକ ,ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକଙ୍କ ସମେତ ସମସ୍ତ କାଉନସିଲର ମାନେ ଉପସ୍ଥିତ ରହି ବାଲିଗୁଡା ଏନଏସିର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ |ଏହି କାଉନସିଲ ବୈଠକରେ ବିଭିନ୍ନ ୱାର୍ଡରେ ଚାଲିଥିବା ରାସ୍ତାଘାଟ,ଡ୍ରେନେଜସମସ୍ୟା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସହର ପରିମଳ ବ୍ୟବସ୍ଥା ସୌନ୍ଦର୍ଯ୍ୟ କରଣ,ଟ୍ରାଫିକ ସମସ୍ୟା, ଆଲୋକିକରଣ ସମେତ ସହରରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ବିଷଦ ଭାବରେ ଆଲୋଚନା ହୋଇଥିଲା | ଏଥି ସହିତ ଆଗାମୀ ସ୍ୱାୟତ୍ତ ଶାସନ ଦିବସ ଓ ସ୍ୱାଧୀନତା ଦିବସ ପାଳନ ସମ୍ପର୍କ ରେ ମଧ୍ୟ କାଉନସିଲ ବୈଠକ ରେ ଆଲୋଚନା ହୋଇଛି | ଏହି ବୈଠକରେ ସମସ୍ତ ଏନଏସି କର୍ମଚାରୀ ଉପସ୍ଥିତ ଥିଲେ |

Recent Comments

Leave Comments

Top