କାକଟପୁର/୧ /୮ /୨୫/(ଆଧାର ମିଡ଼ିଆ)-ଚାକିରୀ ଥିଲେ ଅବସର ଅଛି, ହେଲେ କାକଟପୁର ହାଇସ୍କୁଲରେ ପାଠପଢି ପୁଣି ସେଇ ସ୍କୁଲରେ ଶିକ୍ଷକତା କରି ଅବସର ନେବା ବହୁତ କମ ଶିକ୍ଷକଙ୍କ ଭାଗ୍ୟରେ ଦେଖିବାକୁ ମିଳେ, ପୀତବାସ ଦୀକ୍ଷିତ ତାଙ୍କ ଚାକିରୀ ଜୀବନରେ ପ୍ରଥମେ ନିମାପଡା ଗ୍ୟାର୍ଲ ସ୍କୁଲ ଓ ପରେ ଗୋପ ସ୍କୁଲରେ ଶିକ୍ଷକତାକୁ ବୃତ୍ତିଭାବେ ଆପଣେଇ ଦୀର୍ଘ ୩୦ ବର୍ଷ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟକୁ ଆସି ତାଙ୍କ କର୍ମମୟ ଜୀବନ ଆରମ୍ଭ କରିଥିଲେ, ସେ ସର୍ବଦା କାକଟପୁର ଉଚ୍ଚ ବିଦ୍ୟାଳୟକୁ ନିଜର ପରିବାର ଭାବି ପରିବାରର କିପରି ଉର୍ନତି ସହିତ ମଙ୍ଗଳହେବ ଓ ପରିବାରର ନାଁ କିପରି ଭାବରେ ଓଡ଼ିଶାରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବରେ ମାନ୍ୟତା ପାଇବ ଏ ଥିଲା ତାଙ୍କର ଗୁରୁ ଦାୟିତ୍ୱ,
ସରକାରଙ୍କ ଠାରୁ ବିଭିନ୍ନ ଯୋଜନାରେ ଆସୁଥିବା ଅନୁଦାନ ରାଶିର ସଦୁପଯୋଗ କରି ଶୈକ୍ଷିକ ବାତାବରଣକୁ ସୁଧାର ଆଣିବା ଦିଗରେ ପୀତବାସ ଦୀକ୍ଷିତଙ୍କ ଚେଷ୍ଟା ନିଷ୍ଠା ଓ ପ୍ରଚେଷ୍ଟା ଥିଲା ଅତୁଳନୀୟ, କାକଟପୁର ହାଇସ୍କୁଲ ପରୀକ୍ଷା ପରିଚାଳନା କ୍ଷେତ୍ରରେ ସେ ଜଣେ ନ୍ୟାୟବାନ ଦକ୍ଷ ଶିକ୍ଷକ ବୋଲି ମଞ୍ଚାସିନ ଅତିଥି ତାଙ୍କ ଭାଷଣରେ କହିଥିବା ବେଳେ ସ୍କୁଲ କମିଟି, ଆଲୁମିନା କମିଟି ତାଙ୍କ ତତ୍କାଳୀନ ପଦକ୍ଷେପକୁ ପ୍ରଶଂସା କରିଥିଲେ, ଶ୍ରୀ ଦୀକ୍ଷିତ ଓଡ଼ିଶାରେ ଏକ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବାରେ ପ୍ରମୁଖ ଭୂମିକା ଗ୍ରହଣକରି ସ୍କୁଲ ତାର ପୂର୍ବ ଗାରିମା ବଜାୟ ରଖିଛି ବୋଲି ସଭାରେ ଅତୀତ ମତବ୍ୟକ୍ତ କରିଥିଲେ , ମଞ୍ଚାସିନ ଅତିଥି ମାନେ ତାଙ୍କର ସ୍କୁଲ ଜୀବନର ପ୍ରତ୍ୟେକ ଭୂମିକା ଉପରେ ଭୁରି ଭୁରି ପ୍ରଶଂସା କରିବା ବେଳେ ଶ୍ରୀ ଦୀକ୍ଷିତଙ୍କ ଆଖିରୁ ଥପ ଥପ ଲୋତକ ବାହାରି ଆସିଥିଲା ଯାହାକି ଏକ ଭାବାବେଗ ପରିସ୍ଥିତି ସୃଷ୍ଟି ହୋଇଥିଲା,
କିଛି ଛାତ୍ର ଓ ଶ୍ରୀ ଦୀକ୍ଷିତଙ୍କ ସାଙ୍ଗ ସାଥି ମାନେ ସୁଦୂର ରାଇଜରୁ ଛୁଟି ଆସିଥିଲେ ଏଇ ବିଦାୟ କାଳୀନ ସମାବେଶରେ ଯୋଗ ଦେବାପାଇଁ. ଏଇ ବିଦାୟ କାଳୀନ ଉତ୍ସବ ଥିଲା ହୃଦୟସ୍ପର୍ଶୀ, ଆଲୁମିନା ଟ୍ରଷ୍ଟର ସଭାପତି ମଞ୍ଚରେ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥିଭାବେ କାକଟପୁର ବିଧାୟକ ତୁଷାର କାନ୍ତି ବେହେରା, ସନ୍ନମାନିତ ଅତିଥିଭାବେ ପୁରୀଜିଲ୍ଲା ଉପାଧକ୍ଷ୍ୟ ସ୍ୱାଧୀନ କୁମାର ନାୟକ, କାକଟପୁର ଅଧକ୍ଷ୍ୟ ଶ୍ରୀଧର ନାୟକ,ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ କୁମାର ସ୍ୱାଇଁ,ସମାଜସେବୀ ରତିକାନ୍ତ ବେହେରା, ହିମାଂଶୁ ଭୂଷଣ ଦୀକ୍ଷିତ,ବର୍ଷିଆନ ପ୍ରବକ୍ତା ନିରୋଦ ବରଣ ମହାନ୍ତି,କାକଟପୁର ସରପଞ୍ଚ ଅଭୟ କୁମାର ସେଠୀ,ପୂର୍ବତ୍ତନ ପ୍ରଧାନ ଶିକ୍ଷକ ହୃଦାନନ୍ଦ ପରିଡା, କାକଟପୁର କ୍ରିକେଟ କ୍ଳବ ସଭାପତି ତଥା ସେବକ ସମିତି ସଦସ୍ୟ ପ୍ରଦୀପ୍ତ କୁମାର ଦୀକ୍ଷିତ,ତାଙ୍କ ସ୍କୁଲ ଜୀବନର ଶିକ୍ଷକତା ଓ ପିଲା ମାନଙ୍କପାଇଁ ପାଠ ପଢ଼ିବାର ତରିକା ସମସ୍ତେ ନିଜ ନିଜ ଭାଷଣ ମାଧ୍ୟମରେ ସାମୟିକ ସୂଚନା ପ୍ରଦାନ କରି ଉପସ୍ଥିତ ସ୍କୁଲପିଲା, ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ହୃଦୟକୁ ସ୍ତବ୍ଧକରି ଦେଇଥିଲା ,ଶେଷରେ ଶ୍ରୀ ଦୀକ୍ଷିତ ତାଙ୍କ ଭାବ ବିହୋଳା ବାଷ୍ପ ରୁଦ୍ଧ କଣ୍ଠରେ ତାଙ୍କ ବକ୍ତ୍ୟବ ରଖି ସେ କହିଥିଲେ ଯେ ସେବକ ସାହିରେ ଜନ୍ମ ଗ୍ରହଣ କରି ଶିକ୍ଷକତା ଜୀବନରେ ଯେଉଁମାନେ ପାଠ ପଢି ଯାଇଛନ୍ତି ଓ ଯେଉଁମାନେ ପଢୁଛନ୍ତି ସମସ୍ତଙ୍କ ପ୍ରତି ତାଙ୍କର ଆଶ୍ରିବାଦ ସଦା ସର୍ବଦା ରହିଛି ଓ ଗୁରୁଜୀ ଗୁରୁମାଙ୍କ ପ୍ରତି ତାଙ୍କର ସେଇ ପୁରୁଣା ସ୍ନେହ ଓ ମମତା ସବୁଦିନ ପାଇଁ ମନେ ରହିବ,
ଉକ୍ତ ସଭାକୁ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ପ୍ରତାପ କୁମାର ରାଉତ,ଶେଷରେ ଏକ ପଟୁଆର ଶୋଭାଯାତ୍ରା ରେ ପୀତବାସ ଦୀକ୍ଷିତ ଙ୍କୁ ବଜାର ପରିକ୍ରମା କରାଇ ସେବକ ସାହିରେ ତାଙ୍କ ବାସ ଭବନରେ ଛାଡି ଦେଇ ଆସିଥିଲେ, ଏହି ଶୋଭାଯାତ୍ରା ରେ ସ୍କୁଲ କମିଟି ସଦସ୍ୟ ମାନସ କୁମାର ଦୀକ୍ଷିତ, ବାବୁ ମହାନ୍ତି, ଦିଲୀପ କୁମାର ବରାଳ, ସମାଜ ସେଵୀ ମାନସ ଦୀକ୍ଷିତଙ୍କ ସମେତ ବୁଦ୍ଧିଜୀବୀ ୫୦୦ରୁ ଉର୍ଦ୍ଧ ସାମିଲ ହୋଇଥିଲେ
Recent Comments