ବାଲିଗୁଡା/୦୨/୦୮/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂସଦ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସର ମଧ୍ୟରେ ୭୯ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ ହୋଇଯାଇଛି l ପ୍ରଥମ ତଥା ଉଦଘାଟନ ଉତ୍ସବରେ ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ କ୍ରୀଡ଼ାବିତ ରବିଚନ୍ଦ୍ର ପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଞ୍ଚଳର ବରିଷ୍ଠ କ୍ରୀଡ଼ାବିତ ଅନ୍ତର୍ଯ୍ୟାମୀ ବେହେରା ଯୋଗ ଦୁଇଦଳର ଖେଳାଳି ମାନଙ୍କ ସହ ପରିଚିତ ହୋଇଥିଲେ l
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂସଦର ସମ୍ପାଦକ ଡ଼. ସୁଶାନ୍ତ କୁମାର ଦାସ, ଦେବବ୍ରତ ସିଂ ଦେଓ, ଏଲିଆସ ଦିଗାଳ ପ୍ରମୁଖ ଉପସ୍ଥିତ ଥିଲେ l ପ୍ରଥମ ଦିନର ଖେଳରେ ଢୁପା ଏଫ ସି ଦଳ ସହ ଆଦିବାସୀ ମହାବିଦ୍ୟାଳୟ ଦଳ ର ବହୁ ସଙ୍ଘର୍ଷ ମୟ ଖେଳ ରେ ୨-୦ ଗୋଲରେ ଢୁପା ଏଫ ସି ଦଳ ବିଜୟୀ ହୋଇଥିଲେ l ଏହି ଖେଳରେ ବାବୁ ଭାଇ, ତ୍ରିନାଥ ମଳିକ, ଦେବୀ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l ଏଥିରେ ୧୨ଟି ଦଳ ଅଂଶ ଗ୍ରହଣ କରୁଥିବା ବେଳେ ଏହାର ଫାଇନାଲ ଖେଳ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଦିନ ହୋଇ ବିଜେତାଙ୍କୁ ପ୍ୟାରେଡ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ସଂସଦ ପକ୍ଷରୁ କୁହାଯାଇଛି l
Recent Comments