ଜମନକିରା/୨/୮/୨୦୨୫/(ଆଧାର ମିଡ଼ିଆ): ଜମନକିରା ଦୁର୍ଗାପୂଜା କମିଟିର ପୂର୍ବତନ ସଭାପତି ଅରୁଣ ପଟ୍ଟନାୟକ( ବାବୁଲୁ) ଶୁକ୍ରବାର ରାତିରେ ହୃଦଘାତ କାରଣରୁ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ଧରିତ୍ରୀ, ପ୍ରଗତିବାଦୀ ଖବର କାଗଜରେ ସେ ବ୍ଲକ୍ ପ୍ରତିନିଧି ଭାବେ ଦାୟିତ୍ଵ ତୁଲାଇ ଥିଲେ। ସେ ଜଣେ ନିଷ୍ଠାପର, ମିଷ୍ଟଭାଷୀ, ପରୋପକାରୀ ମଣିଷ ଟିଏ ଥିଲେ। ତାଙ୍କ ମୃତ୍ୟୁ ଖବରପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷଦର୍ଶନ କରିଛନ୍ତି। ଦୁଇଦିନ ପୂର୍ବରୁ ତାଙ୍କର ଛାତି ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତାଙ୍କୁ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ବିୟୋଗ ଅଞ୍ଚଳ ପାଇଁ ଅପୂରଣୀୟ କ୍ଷତି ଘଟିଛି।
ସମ୍ବଲପୁର ସାଂସଦଙ୍କ ଜମନକିରା ବ୍ଲକ୍ ପ୍ରତିନିଧି ରମେଶ ସାହୁ, ବିଜେପି ଜମନକିରା ମଣ୍ଡଳ ସଭାପତି ବିଜୟ ନାଏକ, ଗୁଣ୍ଡୁରୁଚୁଆଁ ମଣ୍ଡଳ ସଭାପତି ମନୋଜ ମାଝୀ, କାନନବାଲା ପଟ୍ଟନାୟକ, ସରୋଜ ପଟ୍ଟନାୟକ, କଂଗ୍ରେସ ବ୍ଲକ୍ ସଭାପତି କେଦାରନାଥ ବରିହା, ଗ୍ରାମ ଉନ୍ନୟନ କମିଟି ସଭାପତି ସୁବାଷ ସାହୁ, ସମ୍ପାଦକ ସ୍ନେହାଶିଷ ପଟ୍ଟନାୟକ, ଯୁବ ସଚେତନ ନାଗରିକ ପରିଷଦ ସଭାପତି ଅବଦୁଲ ଗୁଲାମ କାଦିର୍, ସମ୍ପାଦକ ଗୋପାଳ ଦେବନାଥ ପ୍ରମୂଖ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମାଁ ସମଲେଶ୍ବରୀ, ବାବା ମୁକ୍ତେଶ୍ଵର ଓ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି ଓ ପରିବାର ବର୍ଗଙ୍କୁ ଅସୀମ ଧର୍ଯ୍ୟ ଓ ସାହସ ନିମନ୍ତେ ପ୍ରାର୍ଥନା କରିଛନ୍ତି।
Recent Comments