logo
add image
କନ୍ଧମାଳ ଜିଲ୍ଲା ରାଜସ୍ବ ଅମଲାସଂଘ ତରଫରୁ ଆନ୍ଦୋଳନ ଚେତାବନୀ

କନ୍ଧମାଳ ଜିଲ୍ଲା ରାଜସ୍ବ ଅମଲାସଂଘ ତରଫରୁ ଆନ୍ଦୋଳନ ଚେତାବନୀ

କନ୍ଧମାଳ/୦୩/୦୮/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ)

: କନ୍ଧମାଳ ଜିଲ୍ଲା ରାଜସ୍ବ ଅମଲା ସଂଘର ସାଧାରଣ ପରିଷଦ ବୈଠକ ସଭାପତି ଗଣେଶ ନାଏକ ଓ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଅଦ୍ୟାବଧି ସୁଦ୍ଧା ସରକାର ୯ ଦଫା ନ୍ୟାର୍ଯ୍ୟଦାବି ପୂରଣ କରୁନଥିବାରୁ ଚଳିତ ମାସ ୧୧ ତାରିଖରୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ଏହି ବୈଠକରେ ନିଷ୍ପତ୍ତ ନିଆଯାଇଛି। ରାଜ୍ୟ ସଂଘ ମଧ୍ଯ ଏପରି ନିଷ୍ପତ୍ତି ନେଇଛନ୍ତି। ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ସଂଘର କର୍ମକର୍ତ୍ତାଙ୍କ ସହିତ ଜିଲ୍ଲାର ଶତାଧ‌ିକ ରାଜସ୍ବ ଅମଲା ଯୋଗ ଦେଇଥିଲେ। ସଂଘ ତରଫରୁ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି କେ. ଗୌତମ ରାଓ, କୋଷାଧକ୍ଷ ସୁନୀତ କୁମାର ଦଳବେହେରା, ଯୁଗ୍ମ ସମ୍ପାଦକ ନିଖିଲ ଚନ୍ଦ୍ର ସାହା, ସଂଗଠନ ସମ୍ପାଦକ ବିଶ୍ବଜିତ ପଣ୍ଡା, କ୍ଷୀରାବ୍ଦି ତନୟା ଦିଗାଲ ପ୍ରମୁଖ ଉପସ୍ଥିତ ଥୂଲେ। ଏହି ବୈଠକକୁ ଜିଲ୍ଲା ସମ୍ପାଦକ ସୀମାଞ୍ଚଳ ପଣ୍ଡା ସଂଯୋଜନା କରିଥିବା ବେଳେ ଉପସଭାପତି ରୂପମ୍ବିକା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l

Recent Comments

Leave Comments

Top