logo
add image
ମୁଖ୍ୟମନ୍ତ୍ରୀଙ୍କୁ ଓଷ୍ଟା ସଙ୍ଘପକ୍ଷରୁ ୬ଦଫା ଦାବିପତ୍ର ପ୍ରଦାନ :ଦାବି ପୂରଣ ନହେଲେ ଅଗଷ୍ଟ ୧୬ ରୁ ଆନ୍ଦୋଳନ ର ଚେତାବନୀ

ମୁଖ୍ୟମନ୍ତ୍ରୀଙ୍କୁ ଓଷ୍ଟା ସଙ୍ଘପକ୍ଷରୁ ୬ଦଫା ଦାବିପତ୍ର ପ୍ରଦାନ :ଦାବି ପୂରଣ ନହେଲେ ଅଗଷ୍ଟ ୧୬ ରୁ ଆନ୍ଦୋଳନ ର ଚେତାବନୀ

ବାଲିଗୁଡ଼ା/୦୪/୦୮/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ):ରାଜ୍ୟ ଓଷ୍ଟା ସଙ୍ଘର ନିର୍ଦ୍ଦେଶନାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଓଷ୍ଟା ସଙ୍ଘପକ୍ଷରୁ ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ,ଗଣଶିକ୍ଷା ମନ୍ତ୍ରୀ,ଉଚ୍ଚ ଶିକ୍ଷାମନ୍ତ୍ରୀ ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସଚିବଙ୍କ ଉଦ୍ଦେଶ୍ୟରେ ୬ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବାଲିଗୁଡ଼ା ବ୍ଲକରେ କାର୍ଯ୍ୟରତ ସ୍କୁଲ୍ କଲେଜ୍ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ପକ୍ଷରୁ ଏହି ଦାବିପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀଙ୍କ ଜରିଆରେ ପ୍ରେରଣ କରାଯାଇଛି ।
ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘର ବାଲିଗୁଡ଼ା ବ୍ଲକ୍ ସଭାପତି ସୁବାସ ଚନ୍ଦ୍ର ସାମଲ,ସମ୍ପାଦକ ଗଙ୍ଗାଧର ନାୟକ, ଉପଦେଷ୍ଟା ସୁରେନ୍ଦ୍ର ମହାରଣା, ଶିକ୍ଷକ ନେତା ସନାତନ ମଳିକ, ଗୌରାଙ୍ଗ ମହାରଣା,ଶରତ କୁମାର ନାୟକ, କୃପାସିନ୍ଧୁ ପଣ୍ଡାଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ ଶିକ୍ଷକ ଓ କର୍ମଚାରୀ ଏକତ୍ରିତ ହୋଇ ବାଲିଗୁଡ଼ା ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ତିନିଘଣ୍ଟା ସମୟ ଶାନ୍ତିପୂର୍ଣ୍ଣ ଧାରଣାରେ ବସିବା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ୬ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ 
ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ପେନସନ୍ ପ୍ରଦାନ, ଚାକିରି ସର୍ତ୍ତାବଳୀ,ଅବସର ବୟସ ୬୦ ରୁ ୬୨ ବର୍ଷକୁ ବୃଦ୍ଧି, ଗ୍ରେଡ୍ ପେ ରେ ଅସଙ୍ଗତି ଦୂର ସହ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଗୁଡ଼ିକୁ ଅନୁଦାନ ପ୍ରଦାନ ଦାବି କରିଛି ସଂଘ । ଚଳିତ ମାସ ୧୫ ତାରିଖ ସୁଦ୍ଧା ଯଦି ସରକାର ଏହି ସବୁ ଦାବି ପୂରଣ ନକରନ୍ତି ତେବେ ଅଗଷ୍ଟ ୧୬ ତାରିଖ ଦିନ ଭୁବନେଶ୍ଵରର ଠାରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ସଙ୍ଘ ।

Recent Comments

Leave Comments

Top