logo
add image
ଉପଖଣ୍ଡ ସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ।

ଉପଖଣ୍ଡ ସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ।

ଗୁଣପୁର/୦୪/୦୮/୨୦୨୫/(ଆଧାର ମିଡ଼ିଆ)-ଗୁଣପୁର ଉପଖଣ୍ଡ ସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ଭାରପ୍ରାପ୍ତ ଉପ ଜିଲ୍ଲାପାଳ ଅଜୟ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ସହକାରୀ ଜିଲ୍ଲାପାଳ ବିପିନ ଚନ୍ଦ୍ର ନାୟକ,ଆଇ, ଆର, ବି ଡେପୁଟି କମାଣ୍ଡାଣ୍ଟ ରମେଶ ଚନ୍ଦ୍ର ମହାଳି ମଞ୍ଚସିନ ଥିଲେ। ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରାଙ୍କ ଉପସ୍ଥିତିରେ ଅନନ୍ତ ପାତ୍ର ଗତ ବର୍ଷର କାର୍ଯ୍ୟକ୍ରମ ବିବରଣୀ ପାଠ କରି ସଂଯୋଜନା କରିବା ସହ ଚଳିତ ବର୍ଷ ପାଇଁ ବୈଠକରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ପ୍ରସ୍ତାବ ଲୋଡିଥିଲେ |
ସ୍ୱାଧୀନତା ଦିବସ ପାଳନ ଦିନ ପ୍ରତ୍ୟୁଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ରାମଧୂନ ପରିବେଷଣ କରାଯିବ । ଭୋର ୦୫-୩୦ ସମୟରେ ଗୋଷ୍ଠୀଶିକ୍ଷା ତାଲିମ କେନ୍ଦ୍ରରୁ ପ୍ରଭାତଫେରି କରାଯିବ ।ସକାଳ ଘ ୭.୩୦ ମି ସମୟରେ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ସେହିପରି ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସରେ ସକାଳ ଘ. ୯. ୧୫ମି. ସମୟରେ ଅନୁଷ୍ଠାନିକ ଭାବେ ମୁଖ୍ୟଅତିଥି ତଥା ଗୁଣପୁର ଉପ ଜିଲ୍ଲାପାଳଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତଳୋନ କରାଯିବ | 
ପ୍ୟାରେଡ଼ର ସମସ୍ତ ଦାୟିତ୍ୱ ଆଇ, ଆର, ବିଙ୍କୁ ଅର୍ପଣ କରାଗଲା । ୧୧, ୧୨ ଓ ୧୩ ତିନିଦିନ ସକାଳ ୦୮-୩୦ଘଟିକା ସମୟରେ ପ୍ୟାରେଡ଼ର ପୂର୍ବଭ୍ୟାସ କରିବା ନିମନ୍ତେ ସ୍ଥିର କରାଗଲା । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବକୃତା ଓ କୁଇଜ ଭଳି ବିଭିନ୍ନ ପ୍ରତିଯୋଗିତା ଅଗଷ୍ଟ ୦୬ ଓ ୦୭ ତାରିଖରେ ଆୟୋଜନ କରାଯିବ।  ପ୍ୟାରଡ଼ ପଡିଆରେ ବାରିକେଟ ଲଗାଇବାପାଇଁ ବନ ବିଭାଗକୁ ଦାୟିତ୍ୱ,ପଡିଆ ମରାମତି ଡାଇସ ମରାମତି ରଙ୍ଗଦିଅ କାର୍ଯ୍ୟ ପୂର୍ତ୍ତ ବିଭାଗ ସହ ଅନ୍ୟ ବିଭାଗକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା |
ଏହି ଦିବସ ପାଳନ ଅବସରରେ ବିଭିନ୍ନ ଅନୁଷ୍ଠାନରେ ଯଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରୋଗୀ, ଉପ କାରାଗାର  ଅନ୍ତେବାସୀ  ମାନଙ୍କୁ ଫଳ ଓ ମିଷ୍ଠlହ୍ନ ବଣ୍ଟନ କରାଯିବ l ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ  ତହସିଲଦାର ଗୟା ଡମ୍ବରୁଧର ବେହେରା, , ପୌର ନିର୍ବାହୀ ଅଧିକାରୀ ସନ୍ତୋଷ ନାୟକ, ଆଦର୍ଶ ଥାନା ଅଧିକାରୀ କେକେବିକେ କହଁର,  ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ, ଅଧ୍ୟକ୍ଷା,  ହାଇସ୍କୁଲ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ,ପୂର୍ତ୍ତ ବିଭାଗ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଶେଷରେ  ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ କରାଯାଇଥିଲା ।

Recent Comments

Leave Comments

Top