ବୌଦ୍ଧ,୩/୦୮(ଆଧାର ମିଡ଼ିଆ//ରିପୋର୍ଟ-ଧବଳେଶ୍ୱର ମହାପାତ୍ର)ବୌଦ୍ଧ ଜିଲ୍ଲା ଇଣ୍ଡୋର ଷ୍ଟାଡିୟମ୍ ରେ ଦୀର୍ଘ ଟିନି ଦିନ ଧରି ଚାଲିଥିବା ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ ସହଯୋଗରେ ବୌଦ୍ଧଜିଲା ବ୍ୟାଡମିଣ୍ଟନ ଆସୋସିଏସନ ଦ୍ୱାରା ଆୟୋଜିତ ରାଜ୍ୟ ବ୍ୟାଡମିଣ୍ଟନ ର୍ୟାଙ୍କିଂ ଟୁର୍ଣ୍ଣାମେଣ୍ଟ ରବିବାର ମହାସମାରୋହରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲାପାଳ ବିଭୁତି ଭୂଷଣ ନାଏକ ଓ ସମ୍ମାନିତ ଅତିଥି ଭାବରେ ଜିଲା ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ,ଜିଲା କ୍ରିଡା ଅଧିକାରୀ ସୁଦାମ ଚରଣ ସ୍ୱାଇଁ ଓ ଜିଲା ଟ୍ରକ ମାଲିକ ସଂଘ ସଭାପତି ଶିବ ପ୍ରସାଦ ମିଶ୍ର ଯୋଗଦେଇ ବିଜେତା ଓ ଉପବିଜେତା ଖେଳାଳୀମାନଙ୍କୁ ପ୍ରମାଣପତ୍ର ସହିତ ଟ୍ରଫି ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟର ମିକ୍ସ ଡବଲସ ରେ ଅନୁଗୋଳର ଆୟୁଷ ଦାଶ ଓ ସମ୍ବଲପୁର ର ପୂର୍ବା ପ୍ରତ୍ୟାଷା ଚମ୍ପିୟାନ ଏବଂ ଅନୁଗୋଳର ତନ୍ମୟ କୁମାର ସାହୁ ଓ ଖୋର୍ଦ୍ଧାର ହର୍ଷିତା ରାଉତ ରନର୍ସଅଫ ହୋଇଥିଲେ । ସେହିପରି ପୁରୁଷ ବର୍ଗରେ ବାଲେଶ୍ୱର ର ଆର୍ଯ୍ୟ ମାଝି ଚମ୍ପିଆନ ହୋଇଥିବାବେଳେ ଖୋର୍ଦ୍ଧାର ପାରଶ ମାଥୁର ରନର୍ସଅଫ ,ମହିଳା ବିଭାଗରେ ଖୋର୍ଦ୍ଧାର ହର୍ଷିତା ରାଉତ ଚମ୍ପିୟାନ ଓ ଗୀତାଶ୍ରୀ ଦେ ରନର୍ସଅଫ ହୋଇଥିଲେ । ସେହିପରି ମହିଳା ଡବଲସ ରେ ଖୋର୍ଦ୍ଧାର ହର୍ଷିତା ରାଉତ ଓ ସମ୍ବଲପୁର ର ପୂର୍ବା ପ୍ରତ୍ୟାଷା ଚମ୍ପିୟାନ ଏବଂ ଖୋର୍ଦ୍ଧାର ଆଦ୍ୟା ପାଢି ଓ ରାୟଗଡାର ସ୍ୱିଟି ପ୍ରିୟା ପ୍ରଧାନ ରନର୍ସଅଫ ଏବଂ ପୁରୁଷ ଡବଲସ ରେ ଖୋର୍ଦ୍ଧାର ଅନିର୍ବାଣ ମଣ୍ଡଳ ଓ ପାରଶ ମାଥୁର ଚମ୍ପିୟାନ ହୋଇଥିବାବେଳେ ଖୋର୍ଦ୍ଧାର ଅଭିଜିତ ମହାରଣା ଓ ଅନୁଗୋଳର ତନ୍ମୟ କୁମାର ସାହୁ ରନର୍ସଅଫ ହୋଇଥିଲେ । ଟୁର୍ଣ୍ଣାମେଣ୍ଟ ଡାଇରେକ୍ଟର ଭାବରେ ଶିବମ ଅଗ୍ରୱାଲା,ପର୍ଯ୍ୟବେକ୍ଷକ ଭାବରେ ମନୋରଂଜନ ଦାଶ ଓ ଦୀପକ ମହାନ୍ତି,ସହକାରୀ ପର୍ଯ୍ୟବେକ୍ଷକ ସମୀର ସାହୁ,ସଂଗଠନ ସଂପାଦକ ସୁନ୍ଦର ପ୍ରକାଶ ଅଗ୍ରୱାଲା ଓ ମୁଖ୍ୟ ରେଫରୀ ଭାବରେ ବିଜୟ ବାଗ୍ ଦାୟିତ୍ୱ ନିର୍ବାହ କରିଥିଲେ ।ରାଜ୍ୟ ବ୍ୟାଡମିଣ୍ଟନ ଏସୋସିଏସନ ଓ ୟୋନିକ୍ସ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟ୍ ଆୟୋଜନ ପାଇଁ ୨୫ ଜଣିଆଁ ବୈଷୟିକ ସହାୟକ ଅଧିକାରୀ ଦଳ ସହିତ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଥିଲା ।ଜିଲା ବ୍ୟାଡମିଣ୍ଟନ ଏସୋସିଏସନର ସଭାପତି ପ୍ରଦୋଷ ମହାରଣାଙ୍କ ନେତୃତ୍ୱରେ କୋଷାଧ୍ୟକ୍ଷ ଶିବାନନ୍ଦ ସାହୁ,ପରାମର୍ଶଦାତା ଜୁଲିୟସସିଜର ମହାକୁଳ,ଆଲୋକ ରଥ,ପରେଶ ବେହେରା,ଗଣେଶ ମହାପାତ୍ର,ବିଭୁଦତ୍ତ ପଣ୍ଡା,ଶମ୍ଭୁ ପ୍ରସାଦ ଅଗ୍ରୱାଲା,ସନ୍ତୋଷ ମହାନ୍ତି,ଜିତୁ ସରାଫଙ୍କ ସମେତ ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।
Recent Comments