ଗୁଣୁପୁର/ରାୟଗଡା/୬/୮/୨୦୨୫/(ଆଧାର ମିଡ଼ିଆ )-ଜିଲ୍ଲା ଗୁଣୁପୁର ବିକ୍ରମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଆଜି ବଜ୍ରାଘାତ ଜନିତ ସୁରକ୍ଷା ଓ ପ୍ରାଥମିକ ସତର୍କତା ସମ୍ପର୍କରେ ଏକ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ବେହେରାଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ଶୋଭାଯାତ୍ରାରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ବର୍ତ୍ତମାନ ବଜ୍ରାଘାତ ଜନିତ ମୃତ୍ୟୁ ରାଜ୍ୟରେ ବଢ଼ି ଚାଲିଛି । ଅକାରଣରେ ନିରୀହ ଲୋକଙ୍କ ସହ ପଶୁପକ୍ଷୀ ଙ୍କ ମଧ୍ୟ ଜୀବନ ଯାଉଛି । ତେଣୁ ସାଧାରଣ ଲୋକେ ଛାତ୍ରଛାତ୍ରୀ ଏନେଇ ସଚେତନ ହେବା ନିହାତି ଆବଶ୍ୟକ । ବଜ୍ରପାତ ସମୟରେ କଣ କରାଯିବ କଣ କରିବା ନାହିଁ , ଏହାର ବିଭିନ୍ନ କୌଶଳ ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇ ଥିଲେ । ପରେ ଛାତ୍ରଛାତ୍ରୀଙ୍କୁ ନେଇ ବିକ୍ରମପୁର ଅଞ୍ଚଳରେ ଶୋଭାଯାତ୍ରା କରାଯାଇଥିଲା ।
Recent Comments