logo
add image
କାକଟପୁର ପ୍ରେସକ୍ଲବ ପକ୍ଷରୁ ନୁଆ ଆଇ,ଆଇ,ସିଙ୍କୁ ସ୍ୱାଗତ

କାକଟପୁର ପ୍ରେସକ୍ଲବ ପକ୍ଷରୁ ନୁଆ ଆଇ,ଆଇ,ସିଙ୍କୁ ସ୍ୱାଗତ

କାକଟପୁର/୬ /୮/୨୦୨୫/(ଆଧାର ମିଡ଼ିଆ// ତୁଷାର ଦୀକ୍ଷିତ)-କାକଟପୁର ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଆଇ,ଆଇ,ସି ବସନ୍ତ କୁମାର ସାହୁ ପ୍ରଥମେ କାକଟପୁର ବାସିନୀ ମା ମଙ୍ଗଳାଙ୍କୁ ଦର୍ଶନ କରିବା ପରେ ମଙ୍ଗଳା ଟ୍ରଷ୍ଟବୋର୍ଡ କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାସ,ବରିଷ୍ଠ ସେବାୟତ ନଳିନୀ କାନ୍ତ ଦୀକ୍ଷିତ ମାଙ୍କୁ ଦର୍ଶନ କରାଇ ମାଙ୍କ ଉତ୍ତରୀ ବେକରେ ପକାଇ ସ୍ୱାଗତ କରିବା ପରେ ଥାନାକୁ ଆସି ପୂର୍ବତ୍ତନ ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୂଙ୍କ ଠାରୁ ଦାଇତ୍ୱ ଭାର ନେଇଛନ୍ତି, ସେହିପରି କାକଟପୁର ପ୍ରେସକ୍ଲବ ପକ୍ଷରୁ ସଭାପତି କମଳ ଲୋଚନ ଦୀକ୍ଷିତ,ଉପ ସଭାପତି ତୁଷାର ରଂଜନ ଦୀକ୍ଷିତ ,ସମ୍ପାଦକ ଆଦିତ୍ୟ କୁମାର ରାଉତ,ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ଦୀକ୍ଷିତ ,ପ୍ରଶାନ୍ତ ଜେନା ,ଭାଗବତ ସ୍ୱାଇଁ.ମାନସ ଦୀକ୍ଷିତ ,ଅକ୍ଷୟ ପ୍ରସାଦ ମହାନ୍ତି,ପ୍ରଭାସ ପୃଷ୍ଟି ,ବ୍ରଜ କିଶୋର ସାହୁ ପ୍ରମୁଖ ଯୋଗଦେଇ ସନ୍ନମାନ ସୋରୁପ ପୁଷ୍ପଗୁଛ ଉତ୍ତରୀୟ ପ୍ରଦାନ  କରିଥିଲେ l ରାମଚଣ୍ଡୀ ଥାନାରୁ ଶ୍ରୀ ସାହୂଙ୍କର କାକଟପୁର ଥାନାକୁ ବଦଳି ହୋଇଛି ।
ବିଗତ ଦିନରେ ପୁରୀ ଜିଲ୍ଲାରେ ବିଭିନ୍ନ ଥାନାରେ ଭାରପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟକରି ବେଶ ଲୋକପ୍ରିୟତା ଅର୍ଜନ କରିଥିବା ବେଳେ,ବହୁ ଉଦ୍ଧତଙ୍କୁ ସାବାଡ଼ କରିଛନ୍ତି, କାକଟପୁର ଥାନାରେ ଯୋଗ ଦେଵାପରେ ଅଞ୍ଚରେ ଆନନ୍ଦର ଲହରୀ ଖେଳି ଯାଇଛି।କାକଟପୁର ଅଞ୍ଚରେ ଦୀର୍ଘଦିନ ଧରି ମଠମନ୍ଦିରରୁ ଚୋରୀ, ଡକାୟତି, ରାହାଜାନି ଓ ଲୁଟ ଘଟଣା ତାଙ୍କ ପାଇଁ ସର୍ବଦା ପ୍ରାଥମିକତା ରହିବ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଏତତ ବ୍ୟତୀତ ଥାନାକୁ ଲିଖିତ ଅଭିଯୋଗ ନେଇ ଅସୁଥିବା ଅସହାୟ ମହିଳା,ବୟସ୍କ ବ୍ୟକ୍ତି ବିଶେଷ ମାନଙ୍କୁ ଉପଯୁକ୍ତ ବ୍ୟବହାର, ନ୍ୟାୟଦେବା,ମଙ୍ଗଳା ମନ୍ଦିରରେ ଶୃଙ୍ଖଳିତ ଯାତ୍ରୀଙ୍କ ଦର୍ଶନ ଉପରେ ଗୁରୁତ୍ତ୍ୱ ରହିବା ସହିତ ଚୋରୀ, ରାହାଜାନି, ଧଳା ଜହର ରେ ସାମିଲ ହେଉଥିବା ଲୋକଙ୍କୁ ସାବାଡ଼ କରାଯିବ,ଏହି କାର୍ଯ୍ୟକ୍ରମ ଖୁବ କମଦିନରେ ଆରମ୍ଭ ହେବବୋଲି ସୂଚନା ମିଳିଛି ,

Recent Comments

Leave Comments

Top