logo
add image
ବରିଷ୍ଠ ନାଗରିକ ସଂଘର ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

ବରିଷ୍ଠ ନାଗରିକ ସଂଘର ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

ବାଲିଗୁଡା/୦୬/୦୮/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତି ସଭାଗୃହ ଠାରେ ବରିଷ୍ଠ ନାଗରିକ ସଙ୍ଘର ଏକ ବୈଠକ ସହ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲା ସଭାପତି ସର୍ବେଶ୍ୱର ମିଶ୍ର ଓ ସଂପାଦକ ପଦ୍ମ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂପାଦକ ମନ୍ମଥ କୁମାର ରାଉଳ ସଭାର ଉଦ୍ଦେଶ୍ୟ ଏବଂ ବର୍ଷକ ମଧ୍ୟରେ କେଉଁ କେଉଁ କାର୍ଯ୍ୟ ହାତକୁ ନିଆଯାଇଥିଲା, ତାହା ସଭାରେ ଉପସ୍ଥାପନ କରିଥିଲେ।
ଚଳିତ ମାସ ୨୧ ତାରିଖ ଦିନ ଜାତୀୟ ବରିଷ୍ଠ ନାଗରିକ ଦିବସକୁ ମହା ଆଡମ୍ବର ସହକାରେ ପାଳନ କରିବା ପାଇଁ ଆଲୋଚନା କରାଯାଇଥିଲା l ଏଥିରେ ସର୍ବ ସମ୍ମତି କ୍ରମେ ଚିନ୍ତାମଣି ମିଶ୍ରଙ୍କୁ ସଭପତି ଭାବେ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ସିମାଞ୍ଚଳ ଆଚାର୍ଯ୍ୟ, ସାଧାରଣ ସମ୍ପାଦକ ଭାବେ ମନ୍ମଥ କୁମାର ରାଉଳ, ଯୁଗ୍ମ ସମ୍ପାଦକ ଭାବେ ଜେବ୍ରାସ ଦିଗାଳ, ସଂଗଠନ ସମ୍ପାଦକ ଭାବେ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, କୋଷାଧ୍ୟକ୍ଷ ଭାବେ ପ୍ରହ୍ଲାଦ ପ୍ରସାଦ ଲେଙ୍କାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଚୟନ କରାଯାଇ ଥିଲା ।ଏଥିରେ ପ୍ରାକ୍ତନ ସଭାପତି ବିଜୟ ଚନ୍ଦ୍ର ଖଣ୍ଡଗିରି, ସୀମାଞ୍ଚଳ ଆଚାର୍ଯ୍ୟ, ମଧୁସୂଦନ ମହାପାତ୍ରଙ୍କ ସମେତ ପ୍ରମୁଖ ବହୁ ବରିଷ୍ଠ ନାଗରିକ ସଦସ୍ୟ ଉକ୍ତ ସଭାରେ ଯୋଗ ଦେଇଥିଲେ l ଶେଷରେ ପ୍ରହଲ୍ଲାଦ ପ୍ରସାଦ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ l

Recent Comments

Leave Comments

Top