logo
add image
ବିଜେପି ନେତା ପ୍ରକାଶଙ୍କୁ ସଂଘବଦ୍ଧ ଆକ୍ରମଣ: ଆକ୍ରମଣରେ ରାଜନେତା ସମ୍ପୃକ୍ତି ଥିବା ଅଭିଯୋଗ ।

ବିଜେପି ନେତା ପ୍ରକାଶଙ୍କୁ ସଂଘବଦ୍ଧ ଆକ୍ରମଣ: ଆକ୍ରମଣରେ ରାଜନେତା ସମ୍ପୃକ୍ତି ଥିବା ଅଭିଯୋଗ ।

ଖୋର୍ଦ୍ଧା/୭/୮/୨୦୨୫/(ଆଧାର ମିଡ଼ିଆ//ପ୍ରସନ୍ନ କୁମାର ସ୍ବାଇଁ)-ବେଗୁନିଆ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ଜୁଳିଙ୍କୁ ଗୁରୁବାର ମରଣାତ୍ମକ ଆକ୍ରମଣ କରାଯାଇଥିବା ଖୋର୍ଦ୍ଧା ଆଦର୍ଶ ଥାନାରେ ଅଭିଯୋଗ ହୋଇଛି। ଖୋର୍ଦ୍ଧା ବାଟମଙ୍ଗଳା ସ୍ଥିତ ଡିଆର୍‌ସିଏସ୍‌ କାର୍ଯ୍ୟାଳୟ ସମ୍ମୁଖରେ ୪ରୁ ୫ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ପ୍ରକାଶଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଜଣାପଡିଛି। ଏହି ଆକ୍ରମଣର ଦୃଶ୍ୟ ଆର୍‌ଡି ବଙ୍ଗଳା ସିସିଟିଭିରେ କଏଦ ହୋଇଛି। ଅନ୍ୟପକ୍ଷେ ପ୍ରକାଶଙ୍କ କିଛି ସମର୍ଥକ ଘଟଣାସ୍ଥଳରେ ପହଞ୍ଚିଯିବାରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଖବର ପାଇ ହେଡ୍‌କ୍ବାର୍ଟର ଡିଏସ୍‌ପି ଅନିଲ ମହାନ୍ତି, ଟାଉନ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ।
ବେଗୁନିଆ ବ୍ଲକ ଗଡ଼ମାଣିତ୍ରୀ ଛତ୍ରପଡ଼ା ସୋସାଇଟିର ଚାଷୀ ସମସ୍ୟା ନେଇ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ସହ ସମବାୟ ସମୂହ ନିବନ୍ଧକ ଅଧିକାରୀଙ୍କ କାର୍ଯ୍ୟଳୟକୁ ଆସିଥିଲେ। ଚାଷୀମାନେ କାର୍ଯ୍ୟାଳୟ ଭିତରେ ଆଲୋଚନା କରୁଥିବା ବେଳେ ପ୍ରକାଶ କାର୍ଯ୍ୟାଳୟ ବାହାରକୁ ଆସିଥିଲେ। ସେତିକିବେଳେ ଆର୍‌ଡି ବଙ୍ଗଳାପଟୁ ହଠାତ୍‌ ୪ରୁ ୫ଜଣ ଦୁର୍ବୃତ୍ତ ପହଞ୍ଚି କାର୍‌କୁ ଢେଲା, ପଥର ମାଡ଼ କରିଥିଲେ। ପ୍ରକାଶ ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଘେରିଯାଇ ଆକ୍ରମଣ କରିଥିଲେ। ସେଥିରୁ ଜଣେ ଫୋନଦେଇ କହିଲେ, ଭାଇ କଥା ହେବେ, ସେ କଥା ହେବା ବେଳେ ବାର୍ତ୍ତାଳାପରୁ ସେ ଜଣେ ରାଜନେତା ବୋଲି ପ୍ରକାଶ ଜାଣିବାକୁ ପାଇଥିବା ପ୍ରକାଶ କହିଛନ୍ତି।
ଏହି ଆକ୍ରମଣ ପଛରେ ଜଣେ ରାଜନେତାଙ୍କ ସମ୍ପୃକ୍ତି ଥିବା ସେ ଅଭିଯୋଗ କରିଛନ୍ତି।ଫୋନରେ ବ୍ୟକ୍ତି ଜଣକ ପ୍ରକାଶଙ୍କୁ କହିଥିଲେ, ତୁ ବେଶି ଉତୁରୁଛୁ, ଆଉ ବେଗୁନିଆ ଯିବୁନି, ଗଲେ ଜୀବନରେ ମାରିଦେବୁ, ପୂର୍ବରୁ ମୋର ବାଡିଆପିଟାରେ ରେକର୍ଡଅଛି ବୋଲି ଧମକ ଦେଇଥିଲେ। ଅନ୍ୟପକ୍ଷେ ପ୍ରକାଶ ଆର୍‌ଡି କାର୍ଯ୍ୟାଳୟ ନିଶାଖୋରଙ୍କ ଆଡ୍ଡାସ୍ଥଳୀ ପାଲଟିଛି ବୋଲି ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି।

 

Recent Comments

Leave Comments

Top