logo
add image
ଆସ ଆମେ ସ୍କୁଲଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ

ଆସ ଆମେ ସ୍କୁଲଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦମପୁର/ବରଗଡ/୭/୮/୨୦୨୫/ (ଆଧାର ମିଡ଼ିଆ//ଡିଲେଶ୍ୱର ବାଗ): ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆସ ସ୍କୁଲଯିବା କାର୍ଯ୍ୟକ୍ରମ ମାଧ୍ୟମରେ ଅଧାରୁ ପାଠପଢା ଛାଡ଼ିଥିବା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଦ୍ୟାଳୟରେ ନାମ ଲେଖାଯାଇଛି। କୁଡ଼ାସିଙ୍ଗାର ପ୍ରତିଭା ମେହେର ତୃତୀୟ ଶ୍ରେଣୀରୁ ପାଠ ଛାଡ଼ିଥିଲେ ତାଙ୍କୁ ଲାଲ ବାହାଦୂର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଦମପୁରରେ ନାମ ଲେଖାଯାଇଛି. ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଭୋଇ, ଏ ବି ଇ ଓ ଶ୍ରୀ ଜୟ କୁମାର ସାହୁ, ପ୍ରଧାନ ଶିକ୍ଷୟତ୍ରୀ ସୁବାସିନୀ କଣ୍ଟା, ଶ୍ରୀ ଶେଷଦେବ ସାହୁ ଓ SMC ସଦସ୍ୟା ଉପସ୍ଥିତ ଥିଲେ। 
ଏ ବି ଇ ଓ ଶ୍ରୀ ରାମସିଂ ଭୋଇ ମଧ୍ୟ ବିଭିନ୍ନ କ୍ଲଷ୍ଟର ଯାଇ ଡ୍ରପ୍ ଆଉଟ୍ ଛୁଆଙ୍କୁ ଭେଟି ଶିକ୍ଷାଧାରାକୁ ଫେରିବା ପାଇଁ ପ୍ରବର୍ତ୍ତାଇଛନ୍ତି ।ସେହିପରି ବାରିକେଲ କ୍ଲଷ୍ଟରର ମହମ୍ମଦ ତାୟୁବଙ୍କୁ SIOS ରାଜବୋଡ଼ାସମ୍ବର ହାଇସ୍କୁଲ ଠାରେ ସି ଆର ସି ସି ଶ୍ରୀ ରବି ନାରାୟଣ ପଣ୍ଡାଙ୍କ ଉପସ୍ଥିତିରେ ନାମ ଲେଖାଯାଇଛି। ବେଣ୍ଟକାରପୁରର ଶିକ୍ଷକ ଶ୍ରୀ ଜଗବନ୍ଧୁ ବାବୁ ନିଜସ୍ଵ ଉଦ୍ୟମରେ ଚାରିଜଣ ଛାତ୍ରଛାତ୍ରୀ ଯଥାକ୍ରମେ ଉର୍ମିଳା ମାଝୀ, ସରସ୍ଵତୀ ମଟାରୀ, ଗୀତାଞ୍ଜଳି କାଣ୍ଡ ଓ ଦିଲ୍ଲୀପ ପଟେଲ ଙ୍କୁ SIOS ରାଜବୋଡ଼ାସମ୍ବର ହାଇସ୍କୁଲଠାରେ ନାମ ଲେଖାଇଛନ୍ତି। ସମସ୍ତ ସି ଆର ସି ସି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଉଦ୍ୟମ ଜାରି ରଖିଛନ୍ତି। ବର୍ତମାନ ସୁଦ୍ଧା ପନ୍ଦରଜଣ ଛାତ୍ରଛାତ୍ରୀଙ୍କ ନାମ ଲେଖାସରିଛି। ସେହିପରି ବିଶ୍ୱଜିତ ସୁନା ସି ଆର ସି ସି ମେଲଛାମୁଣ୍ଡା ମଧ୍ୟ ଜଣେ ଅଧାରୁ ପାଠପଢା ଛାଡ଼ିଥିବା ଛୁଆର ନାମ ଦୀପ୍ତିପୁର  ୟୁପି ସ୍କୁଲରେ ନାମ ଲେଖାଇଛନ୍ତି।

Recent Comments

Leave Comments

Top