logo
add image
ଶ୍ରେଷ୍ଠ ଭାରତ

ଶ୍ରେଷ୍ଠ ଭାରତ" କାର୍ଯ୍ୟକ୍ରମ ଅବସରରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ :ବିଏସଏଫ ଦଳ ବିଜୟୀ

ବାଲିଗୁଡା/୦୭/୦୮/୨୦୨୫/:(ଆଧାର ମିଡିଆ//ସଞ୍ଜୟ କୁମାର ପାଣିଗ୍ରାହୀ):

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖମା ସ୍ଥିତ ବିଏସଏଫର ୧୩୬ ବାଟାଲିୟନ ଆନୁକୂଲ୍ୟରେ ବାରଖମା ଖେଳ ପଡିଆ ଠାରେ "ଏକ ଭାରତ ଶ୍ରେଷ୍ଠ ଭାରତ" କାର୍ଯ୍ୟକ୍ରମ ଅବସରରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଏସଏଫ କମାଣ୍ଡର ନିର୍ମଳଚନ୍ଦ୍ର ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଦୁଇଦଳର ଖେଳାଳୀ ମାନଙ୍କ ସହ ପରିଚିତ ହୋଇଥିଲେ l ଏଥିରେ ବାରଖମା ବିଏସଏଫର ୧୩୬ ବାଟାଲିୟନ ଦଳ ଏବଂ ବାରଖମା ସ୍ପୋର୍ଟସ୍ କ୍ଲବ୍ ଦଳମଧ୍ୟରେ ଅନୁଷ୍ଠିତ ହୋଇଥିଲା  l ଏଥିରେ ବିଏସଏଫ ୩-୦ ଗୋଲରେ ବିଜୟୀ ଲାଭ କରିଥିଲା l ଏହି ମ୍ୟାଚରେ ବିଏସଏଫର ସମସ୍ତ ଜବାନ ଓ ବାରଖମା ସ୍ପୋର୍ଟସ୍ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

Recent Comments

Leave Comments

Top