ଖୋର୍ଦ୍ଧା୦୮/୦୮/୨୦୧୬/(ଆଧାର ମିଡ଼ିଆ)-ଶିକ୍ଷା ଅନୁଷ୍ଠାନରେ ରକ୍ଷାବନ୍ଧନ ଏକ ସ୍ନେହ ବନ୍ଧନର ପ୍ରତୀକ। ଭଉଣି ତାର ଭାଇ ହାତରେ ରାକ୍ଷୀ ଟିଏ ବାନ୍ଧି ଶୁଭ ମନାସିବା ସହ ସାରା ଜୀବନ ସୁରକ୍ଷା ମାଗିଥାଏ। ଏହି ପରମ୍ପରାକୁ ଭିତ୍ତିକରି ଖୋର୍ଦ୍ଧାର ବିଡ଼ିଏ କଲୋନୀ ସ୍ଥିତ ସିଗମା ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଶିକ୍ଷୟତ୍ରୀ ସୁମିତା ତ୍ରିପାଠୀ ଏବଂ ଶୁଭଦର୍ଶିନି ଦାସଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ସମସ୍ତ ଛାତ୍ରୀ ଏକାଠି ହୋଇ ନିଜ ହାତରେ ରାକ୍ଷୀ ପ୍ରସ୍ତୁତ କରିଥିଲେ। ନିଜ ହାତ ରେ ପ୍ରସ୍ତୁତ ରାକ୍ଷୀକୁ ଶ୍ରେଣୀ ସହପାଠୀ ଭାଇମାନଙ୍କ ହାତରେ ବାନ୍ଧିଥିଲେ। ଭାଇ ମାନଙ୍କୁ ଫୁଲ ,ଚନ୍ଦନ, ସିନ୍ଦୂର, ଅରୁଆ ଚାଉଳ ପିନ୍ଧାଇ ମହାପ୍ରଭୁଙ୍କ ପାଖରେ ଶୁଭ ମନାସି ଥିଲେ। ଭାଇମାନେ ସେମାନଙ୍କ ସହପାଠୀ ଭଉଣି ମାନଙ୍କୁ ସଦାସର୍ବଦା ସ୍ନେହ, ସୁରକ୍ଷା ଦେବାକୁ ଶପଥ ନେଇଥିଲେ। ପରଷ୍ପର ମଧ୍ୟରେ ଛାତ୍ର ଛାତ୍ରୀ ମିଷ୍ଟାନ୍ନ ଖୁଆଇ ଏହି ଉତ୍ସବକୁ ଆନନ୍ଦ ଉଲ୍ଲାସରେ ପାଳନ କରିଥିଲେ।ସ୍କୁଲର ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ ଉତ୍ସବରେ ଯୋଗଦେଇ ରକ୍ଷାବନ୍ଧନ ମହତ୍ତ୍ଵ, ପୌରାଣିକ ତଥ୍ୟ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ।
Recent Comments