ଖୋର୍ଦ୍ଧା/୦୮/୦୮/୨୦୨୫/(ଆଧାର ମିଡ଼ିଆ)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ନୂଆଗଡ ପଂଚାୟତ ହରିପୁର ଗ୍ରାମ ମାଝୀ ସାହିର ରମେଶ ଚନ୍ଦ୍ର ମହାପାତ୍ର ନିଜ ଘରେ ବୋମା ଭିଡୁ ଥିବାବେଳେ ବିସ୍ଫୋରଣ ଘଟି ରମେଶଙ୍କ (୩୭) ମୃତ୍ୟୁ ଘଟିଛି।ସୂଚନାଯୋଗ୍ୟ କି ବାରହ ଶିକାର ପାଇଁ ହରିପୁରରେ ରମେଶ ମହାପାତ୍ର ନାମକ ଜଣେବ୍ୟକ୍ତି ନିଜଘରେ ବୋମା ପ୍ରସ୍ତୁତି କରୁଥିଲେ ବୋଲି ଶୁଣିବାକୁ ମିଳୁଛି। ଅଧିକ ଚାପ ପଡ଼ିବାରୁ ବୋମା ବିସ୍ଫୋରଣ ହୋଇଯାଇଥିଲା। ଏଥିରେ ରମେଶଙ୍କ ଶରୀର ଜଳିପୋଡ଼ି ସେ ଗୁରୁତର ହୋଇଯାଇଥିଲେ। ଏତେ ଭୟଙ୍କର ବିସ୍ଫୋରଣ ଥିଲା ଯେ ୩ ବଖରା ଘରର ଛାତ ଉଡ଼ିଯାଇଥିଲା। ଭାଗ୍ୟ ଭଲ ଉକ୍ତ ସମୟରେ ରମେଶଙ୍କ ଦୁଇସନ୍ତାନ ବିଦ୍ୟାଳୟ ଯାଇଥିବାବେଳେ ପତ୍ନୀ କୌଣସି କାର୍ଯ୍ୟରେ ବାଡ଼ିପଟକୁ ଯାଇଥିବାରୁ ସେମାନେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ।ଗ୍ରାମବାସୀ ଗୁରୁତର ରମେଶଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱର ଏମ୍ସ ହସପିଟାଲକୁ ନେଇ ଚିକିତ୍ସା କରାଇଥିଲେ ବି ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ। ଖବରପାଇ ଘଟଣାସ୍ଥଳରେ ନିରାକାରପୁର ପୋଲିସ ପହଞ୍ଚି ଅଧିକ ତଥ୍ୟ ଉନ୍ମୋଚନ ପାଇଁ ତଦନ୍ତ ଚଳାଇଛି।ସୂଚନାଯୋଗ୍ୟ ଏହି ଜଙ୍ଗଲ ଅଞ୍ଚଳ ପାଖାପାଖି ଗ୍ରାମର କିଛି ଅସାମାଜିକ ବ୍ୟକ୍ତିମାନେ ବୋମା ପ୍ରସ୍ତୁତିକରି ବିଭିନ୍ନ ବନ୍ୟଜନ୍ତୁଙ୍କ ଶିକାର କରୁଥିବା ଜଣାପଡିଛି।
Recent Comments