logo
add image
ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ୧୦୯ ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ୧୦୯ ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ଖୋର୍ଦ୍ଧା/=୮/=୮/୨୦୨୫/(ଆଧାର ମିଡ଼ିଆ)- କେନ୍ଦ୍ର ସମବାୟ ବ୍ୟାଙ୍କ ଖୋର୍ଦ୍ଧାର ୧୦୯ ତମ ବାର୍ଷିକ ସାଧାରଣ ସଭାରେ ବ୍ୟାଙ୍କ ର ସଭାପତି ଅଭିଷେକ ସିଂହ ସାମନ୍ତଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ ପରେ ବ୍ୟାଙ୍କର ପ୍ରତିଷ୍ଠାତା ସ୍ବର୍ଗତ ରାୟ ସାହେବ ସତୀଶ ଚନ୍ଦ୍ର ଚକ୍ରବର୍ଗୀ ଓ ଓଡିଶା ସମବାୟ ଆନ୍ଦୋଳନର ପୁରୋଧା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶୁଦ୍ଧାଞ୍ଜଳି ଦିଆଯାଇ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ଥିଲା । ଏହି ସଭାରେ ଯୁଗ୍ମ ନିବନ୍ଧକ ସମବାୟ ସମିତି ସମୂହ କୃଷ୍ଣଚନ୍ଦ୍ର ଦାସ ସଭାରେ ଉପସ୍ଥିତ ରହି ଚାଷୀ ତଥା ସମିତି ମାନଙ୍କ ପାଇଁ ଓଡିଶା ସରକାରଙ୍କ ଦ୍ବାରା ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ଯୋଜନା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସମବାୟ ବିଭାଗର ଅଧିକାରୀ ଗଣ ଉପସ୍ଥିତଥିଲେ । ଉପନିବନ୍ଧକ ଅଲକାନନ୍ଦା ଜେନା ଉପସ୍ଥିତ ହୋଇ ସମବାୟ ସମିତି ବିଷୟରେ ଆଲୋକପାତ କରିଥିଲେ ।
ସ‌ହକାରୀ ନିବନ୍ଧକ ସମବାୟ ସମିତି ସମୂହ ଖୋର୍ଦ୍ଧା ମଣ୍ଡଳ ଶ୍ରୀଯୁକ୍ତ ଭାଗମତ ମାରାଣ୍ଡି ନିଜର ବକ୍ତବ୍ୟ ମାଧ୍ୟମରେ ସମସ୍ତ ସମିତି କର୍ମଚାରୀ ମାନଙ୍କ ସହଯୋଗରେ ସମବାୟକୁ ଅଗ୍ରସର କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ବ୍ୟାଙ୍କ ସହିତ ଅନୁବନ୍ଧିତ ସମିତିର ସଭାପତି/ପ୍ରତିନିଧୁ ଏବଂ ସମ୍ପାଦକ ବନ୍ଧୁଗଣ ଯୋଗ ଦେଇଥିଲେ । ବ୍ୟାଙ୍କର ସଭାପତି ନିଜର ବ୍ୟାଙ୍କରେ କରାଯାଇ ଥୁବା ବିଭିନ୍ନ ଉନୟନ ମୂଳକ କାମର ଚିଠା ଉପସ୍ଥାପନ କରିଥିଲେ ଓ ପରିଚାଳନା ପରିଷଦର ନିଷ୍ପଭି ଅନୁସାରେ ଏହି ୩ ବର୍ଷ ଭିତରେ ବ୍ୟାଙ୍କର ବ୍ୟବସାୟର ଦ୍ରୁତତମ ଅଭିବୃଦ୍ଧିର ଏକ ତୁଳନାତ୍ମକ ଚିଠା ଉପସ୍ଥାପନ କରିଥିଲେ । ବାକି ରହିଯାଇଥୁବ କାମ କୁ ଅତି ଶୀଘ୍ର ସମାପନ କରାଯିବାପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ । ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସାରଥୀ ଶତପଥୀ ୨୦୨୪-୨୫ ଆର୍ଥିକ ବର୍ଷର ବାର୍ଷିକ ବିବରଣୀ ପଠନ କରିଥିଲେ । ନିର୍ଦ୍ଦେଶକ ସୁଧାଂଶୁ ଶେଖର ବଡ଼ଜେନା, ପ୍ରକାଶ ରାଉତରାୟ ଓ ବିପିନ ବିହାରୀ ପାତ୍ର ନିଜର ବକ୍ତବ୍ୟ ରଖୁଥିଲେ । ସର୍ବଶେଷରେ ଶ୍ରୀମତୀ ଜୟଶ୍ରୀ ଗଡ଼ନାୟକ ସଭା ରେ ଉପସ୍ଥିତ ସମସ୍ତ ବ୍ୟାଙ୍କର ଅଂଶୀଦାର ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ଏହି ସଭାରେ ଜ୍ୟୋତିରଞ୍ଜନ ରାଉତରାୟ ସଭା ସଂଚାଳନା କରିଥିଲେ ।

Recent Comments

Leave Comments

Top