logo
add image
ତିଲେଇମାଲ୍ ଗାଁରେ ବିଶ୍ଵ ଆଦିବାସୀ ଦିବସ

ତିଲେଇମାଲ୍ ଗାଁରେ ବିଶ୍ଵ ଆଦିବାସୀ ଦିବସ

ଜମନକିରା/ସମ୍ବଲପୁର/୯/୮/୨୦୨୫/(ଆଧାର ମିଡ଼ିଆ): ଫାଶୀମାଲ୍ ପଂଚାୟତ ତିଳେଇମାଲ ଗାଁରେ ଜମନକିରା ମହିଲା ଜନ ସଂଘର୍ଷ ସମିତି ଆନୁକୁଲ୍ୟରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଥିଲା। ଏହି ଉପଲକ୍ଷେ ଜିଲ୍ଲା ସଂଯୋଜକ ପରଦେଶୀ ମିର୍ଦ୍ଧା ବିଶ୍ୱ ଆଦିବାସୀ ଦିବସ ପାଳନ ଆଦିବାସୀଙ୍କ ପରମ୍ପରା, ଭାଷା, ସଂସ୍କୃତି ଏବଂ ଅଧିକାର ସଂରକ୍ଷଣ କରିବା ସହିତ ଜଳ, ଜମି ଏବଂ ଜଙ୍ଗଲ ଏବଂ ପାରମ୍ପରିକ ଖାଦ୍ୟ, ପୋଷାକ ଏବଂ ସଙ୍ଗୀତର ସୁରକ୍ଷା ପାଇଁ ଆଲୋଚନା କରାଯାଇଥିଲା। ସେହିପରି ବ୍ଲକ ସଂଯୋଜକ ଦଶରଥ ସିଂ ଆଦିବାସୀ ଏକଜୁଟ ହୋଇ ଏହି ଦିବସକୁ ଏକ ମୁଖ୍ୟ ଉତ୍ସଵ ଭାବରେ ପାଳନ କରିବାକୁ ପରାମର୍ଶ ଦେଇଥିଲେ ।

Recent Comments

Leave Comments

Top