logo
add image
ଜମନକିରାରେ ରକ୍ଷାବନ୍ଧନ ଓ ନିଶା ନିବାରଣ ବ୍ରତ

ଜମନକିରାରେ ରକ୍ଷାବନ୍ଧନ ଓ ନିଶା ନିବାରଣ ବ୍ରତ

ଜମନକିରା/୯/୮/୨୦୨୫/( ଆଧାର ମିଡ଼ିଆ): ଜମନକିରା ବ୍ଲକ୍ ଷଣ୍ଢପଥର ଏସଏସଡି ହାଇସ୍କୁଲ୍ ଠାରେ ପ୍ରଧାନଶିକ୍ଷକ ରାଜେନ୍ଦ୍ର ଜଗତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପବିତ୍ର ରକ୍ଷାବନ୍ଧନ ଓ ନିଶା ନିବାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମ୍ବାଦ ସାହିତ୍ୟ ଘର ସଭାପତି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆରୋଗ୍ୟ ସମିତି ପଶ୍ଚିମ ପ୍ରାନ୍ତର ସଂଯୋଜକ ଡାକ୍ତର କାର୍ତ୍ତିକେଶ୍ୱର୍ ପଧାନ ଏଵଂ ମୁଖ୍ୟବକ୍ତା ଭାବେ ସୁନାମ ଧନ୍ୟ କଳାକାର କଞ୍ଜାନନ୍ ଜୟପୁରିଆ ,ସମ୍ମାନିତ ଅତିଥି ଭାବେ କବି ପ୍ରମୋଦ ନାଏକ, କୈଳାସ ମହାକୁଲ ପ୍ରମୁଖ ଯୋଗ ଦେଇ ପବିତ୍ର ସ୍ନେହର ଡୋରି ରକ୍ଷାବନ୍ଧନ ମାର୍ମିକ ବକ୍ତବ୍ୟ ରଖିବା ସହ ନିଶାପାନର ଅପକାରିତା ଏଵଂ ଜନ ଜୀବନକୁ କିଭଳି ଦୁରାରୋଗ୍ୟ ବ୍ୟାଧି କବଳ ରେ ପ୍ରଭାବିତ କରେ ତାର ନିଛକ ଛବି ଉଦାହରଣ ଦେଇ ନିଜ ବକ୍ତବ୍ୟରେ କହିଥିଲେ। ପରେ ଛାତ୍ରୀମାନେ ଛାତ୍ରମାନଙ୍କ ହାତରେ ସ୍ନେହର ଭାଇଚାରା ପ୍ରତୀକ ରାକ୍ଷୀ ବାନ୍ଧି ଥିଲେ। ଏହି ଅବସରରେ କବି ନାରାୟଣ ସାହୁ ଓ ପ୍ରମୋଦ ନାଏକ ସ୍ଵରଚିତ କବିତା ନିଶା ନିବାରଣ ଉପରେ ପାଠ କରି ଶୁଣାଇ ଥିଲେ। ହାଇସ୍କୁଲର ମାଟ୍ରନ ରଞ୍ଜିତା ପଟେଲ୍ ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Recent Comments

Leave Comments

Top