ବୌଦ୍ଧ/୧୦/୦୮/୨୦୨୫/(ଆଧାର ମିଡ଼ିଆ)- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପ୍ର।ଣିଧନ ଚିକିତ୍ସକ ଡ଼. ପ୍ରିୟବ୍ରତ ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଏହସହ ସଙ୍କୁଳ ପ୍ରମୁଖ ଦଶରଥ ମେହେର,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଟଙ୍କଧର ସାହୁ, ବିଜ୍ଞାନ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ ଓ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀବତ୍ସ ମିଶ୍ର ମଞ୍ଚରେ ଉପସ୍ଥିତ ଥିଲେ ।ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଅଶୋକ କୁମାର ପୁରୋହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଫେଲ୍ ର ସଂଜ୍ଞା ବ୍ୟାଖ୍ୟା କରିବା ସହ ବିଜ୍ଞାନକୁ ମାନବ କଲ୍ୟାଣରେ ବିନିଯୋଗ କରିବା ପାଇଁ କୁନି ବିଜ୍ଞାନୀମାନଙ୍କୁ ଉତ୍ସାହିତ କରିଥିଲେ ।ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ବିଦ୍ୟାଳୟର ପୁରାତନ ଆଚାର୍ଯ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ ଜ୍ଞାନଦୀପ ପ୍ରଜ୍ବଳିତ କରିଥିଲେ । ପରିଚାଳନା କମିଟିର ସଦସ୍ୟା ଶ୍ରୀମତୀ ପୁଷ୍ପାଞ୍ଜଳି ନାୟକ ଓ ତୃପ୍ତିମୟୀ ପଟ୍ଟନାୟକ ଉପସ୍ଥିତ ଥିଲେ । ବିଚାରକ ଭାବରେ ଦିଲ୍ଲୀପ ସାହୁ, ନବନିତା ବେହେରା , କାତ୍ୟାୟନୀ ପାଢ଼ୀ, ପ୍ରଫୁଲ୍ଲ ପ୍ରଧାନ, ଲକ୍ଷ୍ମୀ ନାରାୟଣ ପୁରୋହିତ, ଅନ୍ତର୍ଯ୍ୟାମୀ ନାୟକ, ଗୋପାଳ ଅମାତ , ଗୋବର୍ଦ୍ଧନ ପ୍ରଧାନ, ଦେବଦତ୍ତ ମହାପାତ୍ର , ସୁଦର୍ଶନ ମେହେର ଓ ସୌମିତ୍ରୀ ବାରିକ ଦାୟିତ୍ଵ ନିର୍ବାହ କରିଥିଲେ ।ଉକ୍ତ ଜ୍ଞାନ ବିଜ୍ଞାନ ମେଳା ,ଶିଶୁ, ବାଲ୍ ଓ କିଶୋର ବର୍ଗରେ ବିଜ୍ଞାନ ଓ ଗଣିତ ବିଭାଗରେ ୨୪୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ମୁଖ୍ୟ ଅତିଥି ଲକ୍ଷ୍ମୀ ନାରାୟଣ ପୁରୋହିତ ଶିଶୁ ଭାଇ ଭଉଣୀ ମାନଙ୍କୁ ବିଜ୍ଞାନ ଓ ଗଣିତର ଗୁରୁତ୍ଵ ସହ ଭବିଷ୍ୟତରେ କିଭଳି ଜଣେ ଜଣେ ବୈଜ୍ଞାନିକ ହେବେ ଉତ୍ସାହିତ କରିଥିଲେ । ବିଦ୍ୟାଳୟ ସ୍ତରରେ ଚୟନ ହୋଇଥିବା ଶିଶୁ ଭାଇ ଭଉଣୀ ବିଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରେ ଯୋଗଦାନ କରିବେ । ଶେଷରେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଙ୍କୁଳର ସମସ୍ତ ପ୍ରଧାନ ଆଚାର୍ଯ୍ୟ ,ଅଭିଜ୍ଞ ଗୁରୁଜୀ ଗୁରୁମା,ସେବକ ସେବିକା ସହଯୋଗ କରିଥିଲେ ।
Recent Comments