logo
add image
ସରସ୍ବତୀ ଶିଶୁବିଦ୍ୟାମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ

ସରସ୍ବତୀ ଶିଶୁବିଦ୍ୟାମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ

କାକଟପୁର/୧୦ /୮/୨୦୨୫/(ଆଧାର ମିଡ଼ିଆ// ତୁଷାର ଦୀକ୍ଷିତ)- କାକଟପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ରକ୍ଷାବନ୍ଧନ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି l  ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ତନ୍ମୟ କୁମାର ପାତ୍ର,ସୁରେନ୍ଦ୍ର କୁମାର ମାଣିକ, ରତିକାନ୍ତ ବେହେରା, ପ୍ରମୋଦ କିଶୋର ପୃଷ୍ଟି  ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ l କୁନି କୁନି ଭାଇ ମାନଙ୍କୁ କୁନି ଭଉଣୀ ମାନେ ରାକ୍ଷୀ ବାନ୍ଧି ମିଠା ଖୁଆଇଥିଲେ l ପରେ ଶିଶୁ ବିଦ୍ୟା ମନ୍ଦିର ର ଗୁରୁଜୀ, ଗୁରୁମା ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଏକ ଶୋଭାଯାତ୍ରା ରେ ନେଇ ଅଞ୍ଚଳ ରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଥାନା, ବ୍ଲକ, ସ୍ୱାସ୍ଥ୍ୟ କେନ୍ଦ୍ର ତହସିଲ, ଓ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ତଥା ବିଭିନ୍ନ ଅନୁଷ୍ଠାନ ରେ ରାକ୍ଷୀ ବାନ୍ଧିବା ସହ ମିଷ୍ଠାନ୍ନ ବାଣ୍ଟି ଥିଲେ l ଶିଶୁ ବିଦ୍ୟାମନ୍ଦିରର ସହ ପ୍ରଧାନଆଚାର୍ଯ୍ୟା ଜୟନ୍ତୀ ବାଳା ନନ୍ଦ, ଅନ୍ନଦା କୁମାର ବେହେରା ଉତ୍ସବକୁ ପରିଚାଳନା କରିଥିଲେ l

Recent Comments

Leave Comments

Top