ବଲାଣି/୧୨/୮/୨୫/(ଆଧାର ମିଡିଆ//ରିପୋର୍ଟ-ରାଜେନ୍ଦ୍ର ନନ୍ଦ) କେନ୍ଦୁଝର ଜିଲ୍ଲା ସୀମାନ୍ତ ଖଣି ଅଞ୍ଚଳ ବଲାଣି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟରେ ଆଜି ମଙ୍ଗଳବାର ଦିନ କେନ୍ଦୁଝର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାକାନ୍ତ ପରିଡ଼ାଙ୍କ ଦ୍ୱାରା ସ୍ମାର୍ଟ ବୋର୍ଡ ଯୁକ୍ତ ତିନୋଟି ସ୍ମାର୍ଟ କ୍ଲାସର ଉଦ୍ଘାଘାଟନ ଓ ଲୋକାର୍ପଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଯାହାକି ଆର୍ୟା ଆଇରନ ଏଣ୍ଡ ଷ୍ଟିଲକମ୍ପାନୀ ପ୍ରାଇଭେଟ୍ ଲିମିଟେଡ ଦ୍ୱାରା ବିଦ୍ୟାଳୟକୁ ଅନୁଦାନପ୍ରାପ୍ତ ହୋଇଥିଲା ।ଇତ୍ୟବସରରେ ଶ୍ରୀଯୁକ୍ତ ରାକେଶ କୁମାର ପଣ୍ଡା ( ତହସିଲଦାର, ବଡ଼ବିଲ ) ଆର୍ୟl ଷ୍ଟିଲ କମ୍ପାନୀର ପଦାଧିକାରୀ ଶ୍ରୀଯୁକ୍ତ ସୁରଜ ପ୍ରସାଦ (ସି ଟି ଓ), ଶ୍ରୀଯୁକ୍ତ ପ୍ରଭେସ ପାଣ୍ଡେ (ବରିଷ୍ଠ ମହାପ୍ରବନ୍ଧକ),ଶ୍ରୀଯୁକ୍ତ ଚୈତନ୍ୟ ଗିରି(ମହାପ୍ରବନ୍ଧକ) ତଥା ଶ୍ରୀ ଅମ୍ବିକା ପ୍ରସାଦ ତ୍ରିପାଠୀ ପ୍ରଭୃତି ଉପସ୍ଥିତ ରହିଥିଲେ । ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାକାନ୍ତ ପରିଡ଼ା ଶିଶୁମାନଙ୍କୁ ସାମ୍ପ୍ରତିକ ଶିକ୍ଷଣ ବ୍ୟବସ୍ଥାରେ ଟିଏଲଏମ ଏବଂ ସ୍ମାର୍ଟ ବୋର୍ଡ ଉପଯୋଗିତା ସମ୍ବନ୍ଧରେ ମାର୍ଗଦର୍ଶନ ଦେଇଥିଲେ ।ଏଥି ସହିତ ସୁନାଗରିକ ଭାବେ ନିଜକୁ ଗଢିତୋଳିବା ନିମନ୍ତେ ପିତାମାତାଙ୍କ ତଥା ଗୁରୁଜନଙ୍କ ଠାରେ ନିଜକୁ ସମର୍ପିତ କରିବାକୁ କହିଥିଲେ । ଶ୍ରୀଯୁକ୍ତ ସୁରଜ ପ୍ରସାଦ ତାଙ୍କ ଅଭିଭାଷଣରେ ସ୍ଥାନୀୟ ସ୍ତରରେ ଶିକ୍ଷାର ଉନ୍ନତି ତଥା ଜନକଲ୍ୟାଣ ଦିଗରେ ଆର୍ୟ କମ୍ପାନୀର ଭୂମିକା ସମ୍ବନ୍ଧରେ କଥା ରଖିଥିଲେ ।ଏଥିସହିତ ବିଦ୍ୟାଳୟର ଆନୁଷଙ୍ଗିକ ଭିତ୍ତିଭୂମିର ଉନ୍ନତି ନିମନ୍ତେ ତାଙ୍କର ପ୍ରୟାସ ଜାରି ରହିବ ବୋଲି ମତବ୍ୟକ୍ତ କରିଥିଲେ ।ବିଦ୍ୟାଳୟର ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଦାସ ଅଧ୍ୟକ୍ଷତା ତଥା ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବନମାଳୀ ମହାକୁଡ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା । ବିଦ୍ୟାଳୟର ଆଚାର୍ଯ୍ୟ ଶ୍ରୀ ସ୍ୱରୂପ ଚନ୍ଦ୍ର ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟ ଶ୍ରୀ କେଶବ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମା ତଥା ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ ହୋଇଥିଲା ।
Recent Comments