ଏକ ସୁସ୍ଥସମାଜ ଗଠନପାଇଁ ସଭିଏଁ ବ୍ରତୀହେବା '
ଜମନକିରା/୧୩/୮/୨୦୨୫/(ଆଧାର ମିଡ଼ିଆ): ଜମନକିରା ପଞ୍ଚାୟତ ହାଇସ୍କୁଲ୍ ଠାରେ ନିଶାମୁକ୍ତ ଭାରତ ଅଭିଯାନ ପାଇଁ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନଶିକ୍ଷୟିତ୍ରୀ ସୁଜାତା ବେହେରା ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଡ଼ିଓ ରବିନ୍ଦ୍ର କୁମାର୍ ସେଠୀ ଏବଂ ସମ୍ମାନିତ ଅତିଥି ଭାବେ ଜମନକିରା ସରପଂଚ ଯଜ୍ଞସିନି ନାଏକ,ବ୍ଲକ୍ ଏକାଉଣ୍ଟ୍ ଅଫିସର୍ ଋଷଭ ମାଝି,ଏବିଇଓ ସୁଶ୍ରୀ ଦେବକୀ ନାଏକ ପ୍ରଭୃତି ମଞ୍ଚାସିନ ଥିଲେ। ପ୍ରାରମ୍ଭରେ ସମ୍ୱଲପୁର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଇ ଓ ବିଦ୍ୟାଦାତ୍ରୀ ସରସ୍ଵତୀଙ୍କ ଫଟୋ ଚିତ୍ରରେ ନିମନ୍ତ୍ରିତ ଅତିଥି ବୃନ୍ଦ ଫୁଲପୁଷ୍ପ ଦେଇ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ପ୍ରଥମେ ହାଇସ୍କୁଲ୍ ଶିକ୍ଷକ ଲୁକେଶ ଚନ୍ଦ୍ର ବାଘ ଅତିଥି ବୃନ୍ଦଙ୍କୁ ସ୍ଵାଗତ ସମ୍ବର୍ଧନା ଜଣାଇବା ପରେ। କାର୍ଯ୍ୟକ୍ରମ ଆଗକୁ ଜାରି ହେଲା।
ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ ହୋଇଥିବାରୁ ନିଶାମୁକ୍ତ ହେବା ସହ ଛାତ୍ର ଛାତ୍ରୀ ମାନେ ଯେଉଁ ପାଠ ପଢିଲେ ବିଦ୍ୟାଳୟର ଖ୍ୟାତି ବୃଦ୍ଧି ପାଇବା ସଙ୍ଗେ ନିଜ ବାପା ମାଆଙ୍କ ପାଇଁ ଗୌରବ ଆଣିଦେବ ସେଥିପାଇଁ ନିଜକୁ ଗଢ଼ି ତୋଳିବାକୁ ଉଦ୍ୟମ କରନ୍ତୁବୋଲି ଏବିଇଓ ସୁଶ୍ରୀ ନାଏକ କହିଥିଲେ। ସେହିପରି ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ବେହେରା କହିଥିଲେ ନିଶାମୁକ୍ତ ଭାରତ ଅଭିଯାନକୁ ଏକ ଆହ୍ବାନ ମନେକରି ଏହାକୁ ଠିକ୍ ଭାବେ ପାଳନ କଲେ ଆମେ ନିଶାଦ୍ଵାରା କବଳିତ ହେବାନାହିଁ। ତେଣୁ ଆମେ ମିଳିମିଶି ଶପଥ ନେବା ସହିତ ଏକଜୁଟ ହୋଇ ନିଶାମୁକ୍ତ ଭାରତ ଗଠନ ଦିଗରେ ବ୍ରତୀ ହେବା ଉଚିତ୍।
ବିଡ଼ିଓ ଶ୍ରୀ ସେଠୀ କହିଥିଲେ, ସମ୍ୱଲପୁର ଜିଲ୍ଲା କୋରେକ୍ସ ନିଶାରେ କବଳିତ। ସମାଜରେ ଏହାର କେତେ ଯେ କୁପ୍ରଭାବ ପଡୁଛି ତାହା କହି ହେଉନାହିଁ। ସୁସ୍ଥ ସମାଜ ଗଠନପାଇଁ ଜନ ସଚେତନତା ନିହାତି ଜରୁରୀ। ସେ ସମ୍ୱଲପୁରରେ ପୁଲିସ ଚାକିରୀ କରୁଥିଲେ କିନ୍ତୁ ନିଶାଠାରୁ ଦୂରେଇ ହୋଇ ରହିଥିଲେ। ଏପରିକି ସେ ମାତ୍ର ଡ୍ରପଟିଏ ମଧ୍ଯ ନିଶା ସେବନ କରିନାହାନ୍ତି। ନିଜେ ଦୃଢ଼ ସଂକଳ୍ପ ନେଲେ ନିଶା କବଳିତ କରିପାରିବ ନାହିଁ। ତେଣୁ ଛାତ୍ର ଜୀବନରେ ଲକ୍ଷ୍ୟ ଦୃଢ଼କଲେ ପରୀକ୍ଷାରେ ନିଶ୍ଚିତ ସଫଳତା ହାସଲ ସଙ୍ଗେ ଭଲ ଚରିତ୍ରବାନ ମଣିଷ ଟିଏ ହୋଇ ଦେଶ ଜାତିର ମଙ୍ଗଳ କରିବା ବୋଲି ବିଡ଼ିଓ ଶ୍ରୀ ସେଠୀ କହିଥିଲେ।
Recent Comments