logo
add image
ବିଶ୍ୱ ରେଡ଼କ୍ରସ ଦିବସ ପାଳନ ଅବସରରେ ରକ୍ତଦାନ ଶିବିର।

ବିଶ୍ୱ ରେଡ଼କ୍ରସ ଦିବସ ପାଳନ ଅବସରରେ ରକ୍ତଦାନ ଶିବିର।

ନବରଙ୍ଗପୁର/ (ଆଧାର ଓଡିଶା ) ଜିଲ୍ଲା ସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ  ଆଜି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାଳନ କରାଯାଇଛି। ଏହି ଅବସରରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଦ୍ୱାରା ବିଶ୍ୱ ରେଡ଼କ୍ରସର ପତିଷ୍ଠାତା ହେନେରୀ ଡୁନାଣ୍ଟ ଙ୍କ ଫୋଟ ଚିତ୍ରରେ ପୂଜ୍ୟ ପୂଜା ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣକରି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଶୁଭ ଉଦଘାଟନ କରିଥିଲେ। ଏହା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭା ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ  ଏକ ସଭା ଅନୁଷ୍ଠିତ  ହୋଇଥିଲା । ଏହି ମହାନ ଦିବସ ପାଳନ ଅବସରରେ ଜିଲ୍ଲାପାଳ ଡ଼ଃ ମିଶ୍ର କହିଲେ ଯେ, ରକ୍ତଦାନ ଏକ ମହତ ପୁଣ୍ୟ କାମ କରି ଅସମୟରେ ଅମୂଲ୍ୟ ଜୀବନକୁ ବଞ୍ଚାଇ ପୁଣ୍ୟ ଅର୍ଜନ କରିବା ଠାରୁ କୌଣସି ବଡ କାମ ଦୁନିଆରେ ନାହିଁ। ଜିଲ୍ଲାପାଳ ପୁଣି କହିଥିଲେ ଯେ, ଜାତି ଧର୍ମ, ବର୍ଣ ନିର୍ବିଶେଷରେ ସବୁଠି ସାମ୍ୟବାଦର ସମନ୍ୱୟ କଥନ ପ୍ରତିପାଦନ କରିବା ହିଁ ରେଡ଼କ୍ରସର ଆଦର୍ଶ । ଦୁଃଖୀ ଦରିଦ୍ରଙ୍କ ସେବା ମାଧ୍ୟମରେ ସମାଜରେ ସମସ୍ତ ମାନବକୁ ସମାନଦୃଷ୍ଟିରେ ଦେଖିବା ଆମର ଦାଇତ୍ଵ।  ନିଜ ଜୀବନକୁ ଇଚ୍ଛାକୃତ ଭାବେ ସମାଜର ସ୍ୱାର୍ଥ ଓ ସେବା ପାଇଁ ନିୟୋଜିତ କରିଥିବା ଦରଦୀ ମଣିଷର ଅନୁଷ୍ଠାନ ହେଉଛି ରେଡ଼କ୍ରସ । ବିଶେଷ କରି ଜିଲ୍ଲାରେ ଥିବା ବିଭିନ୍ନ ବେସରକାରୀ ଅନୁଷ୍ଠାନ ସଂସ୍ଥା କ୍ଳବ ମାନଙ୍କ ମାଧ୍ୟମରେ କିଭଳି ଅଧିକରୁ ଅଧିକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ଆବଶ୍ୟକ ରକ୍ତ ସଂଗ୍ରହକରି ରକ୍ତଭଣ୍ଡାରରେ ସୁରକ୍ଷିତ ରଖିବା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ଦେବା ପାଇଁ  ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ନିୟମିତ ବ୍ୟବଧାନରେ ସ୍ବେଚ୍ଛାକୃତ ରକ୍ତଦାନ କରୁଥିବା ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନକୁ ଜିଲ୍ଲାପାଳ ଡ଼ଃ ମିଶ୍ର ଉତ୍ତରୀୟ ମାନପତ୍ର ଦେଇ ସଂମ୍ମାନୀତ କରିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଆନ୍ତେ ବାସୀଙ୍କୁ ସ୍ୱଚ୍ଛତା କିଟ ବଣ୍ଟନ କରାଯାଇଥିଲେ। ଏହି ସବୁ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ କାଳି ପ୍ରସାଦ ବେହେରା, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଉପ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୌସୁମୀ ନାୟକ,ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ, ହିମାଂଶୁ ପଟନାୟକ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ କାହ୍ନୁ ଚରଣ ପଣ୍ଡା, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ହଳଧର ନିହାଲ, ଡି ପି ଏମ ସୁଶାନ୍ତ କୁମାର ପ୍ରହରାଜ, ପ୍ରଶାସକ ସମ୍ମନିତ ଆଦିବାସୀ ସଂସ୍ଥା, ଅଭିମନ୍ୟୁ ମାଝୀ, ନବରଙ୍ଗପୁର ତହସିଲଦାର ରବୀନ୍ଦ୍ର ରାଉତ,ଟେକ୍ନିସିଆନ ବିଶ୍ୱ ମୋହନ ନାୟକ, ପ୍ରତାପ କୁମାର ନନ୍ଦ,ପଦ୍ମ ଲୋଚନ ହୋତା,ରାଜା ଅର୍ଦ୍ଧେନ୍ଦୁ କେଶବ ବାରିକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସୁଧାଂଶୁ ପାତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଜୟ କୁମାର ଦାସ, ଧନପତି ନାୟକ, ନୀଳକଣ୍ଠ ରାଜୁ, ଦୁର୍ଗା ମାଧବ ପଣ୍ଡା, ଅଭିନାଶ ପାତ୍ର, ରୀନା ରାଣୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ .      (ରିପୋର୍ଟ-ଶେଫାଳି ପାଟନାଏକ )  
                        

Recent Comments

Leave Comments

Top