logo
add image
ସ୍ୱାଧୀନତା ଦିବସ ଉପଲକ୍ଷେ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା

ସ୍ୱାଧୀନତା ଦିବସ ଉପଲକ୍ଷେ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା

ବାଲିଗୁଡା/୧୪/୦୮/୨୦୨୫/(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ)-କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଉତ୍ସବ ପାଳନ କମିଟି ତରଫରୁ ୭୯ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ଗୁରୁବାର ପ୍ରତ୍ୟୁଷରେ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ନିକଟରରୁ ଆରମ୍ଭ ଏହି ଦୌଡ଼ ପ୍ରତିଯୋଗିତାରେ ଉପଜିଲ୍ଲାପାଳ ପ୍ରଣୀତା ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l 
ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଆଇଟିଡ଼ିଏ ପିଏ କୃପାସିନ୍ଧୁ ବେହେରା, ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ଏବିଡିଓ ତଥା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ କୁମାର ବାଘ, ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଶିକ୍ଷକ ତୀର୍ଥବାସୀ ଘଡାଇ, ପ୍ରମୁଖ ଉପସ୍ଥିତରେ ମହାବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ମହାଲକ୍ଷ୍ମୀ ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ଯାଇ ପୁଣି ସେଠାରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା l ଏହି ପ୍ରତିଯୋଗିତା ରେ ଟାଉନର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ,ସ୍ୱେଚ୍ଛାସେବୀ,ବୁଦ୍ଧିଜୀବୀ,ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ସମେତ ପ୍ରାୟ ୩୦୦ରୁ ଊର୍ଧ୍ଵ ପ୍ରତିଯୋଗୀ ଭାଗ ନେଇଥିଲେ l
.
.
.
.
.
.

Recent Comments

Leave Comments

Top