କାକଟପୁର/୧୪ /୮/୨୦୨୫/(ଆଧାର ମିଡ଼ିଆ)- ଗତ ମଙ୍ଗଳବାର ରାତିରେ ସେବାୟତ ପରିବାରର ଧର୍ମପ୍ରାରାୟଣ ମହିଳା ଲଷ୍ମୀ ଦେଇଙ୍କର ୯୬ ବର୍ଷରେ ନିଜ ବାସଭବନରେ ରାତ୍ର ୧ /୩୦ ମିନିଟରେ ପରଲୋକ ହୋଇ ଯାଇଛି, ସେ ଜଣେ ମିଷ୍ଠଭାଷୀ ଓ ସ୍ନେହ ଵସ୍ଚଳ ଥିଲେ, ତାଙ୍କ ମୃତ୍ୟୁରେ କାକଟପୁର ସେବାୟତ ପରିବାର ମ୍ରିୟମାଣ ହୋଇ ପଡିଛି, ସେ କିଛିଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ତାଙ୍କ ନିଶ୍ୱାସ ପ୍ରଶ୍ୱାସରେ ବାଧା ଉପୁଜିଥିଲା ବେଳେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା, ମୃତ୍ୟୁ ଶଯ୍ୟା ନିକଟରେ ଜ୍ୱାଇଁ ନିରଞ୍ଜନ ଦୀକ୍ଷିତ, କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ଏକମାତ୍ର ପୁତ୍ର ମଙ୍ଗଳା ପ୍ରସାଦ ଦୀକ୍ଷିତଙ୍କ ସମେତ ଝିଅ ,ଝିଆରୀ,ନାତି, ନାତୁଣୀ ମାନେ ତାଙ୍କ ପାଖରେ ଉପସ୍ଥିତ ଥିଲେ , ଏକ ସବ ଶୋଭାଯାତ୍ରାରେ ଗାଁ ସ୍ମଶାନ ନିକଟକୁ ନିଆଯାଇ ଶେଷ କୃତ୍ୟ ସମାପନ କରାଯାଇଥିବା ବେଳେ ପୁତ୍ର ମଙ୍ଗଳା ପ୍ରସାଦ ଦୀକ୍ଷିତ ମୁଖାଗ୍ନି ଦେଇଥିଲେ, ସବ ଶୋଭାଯାତ୍ରାରେ ବିଶ୍ୱଜିତ ଦୀକ୍ଷିତ, ହିମାଂଶୁ ଭୂଷଣ ଦୀକ୍ଷିତ, ସରୋଜ କୁମାର ଦୀକ୍ଷିତ, ସିଲୁ ଦୀକ୍ଷିତ,ଅମିତ କୁମାର ଦୀକ୍ଷିତ, ଶିକନ ଦୀକ୍ଷିତ, ଚିନ୍ମୟ ଦୀକ୍ଷିତ, ସାନୁ, ସଞ୍ଜୟ ସାମଲ ପ୍ରମୁଖ ଉପସ୍ଥିତ ରହି ସ୍ମଶାନ କାର୍ଯ୍ୟକୁ ସମାପ୍ତ କରିଥିଲେ,
Recent Comments