logo
add image
ରେଢ଼ାଖୋଲ ସହରରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ।

ରେଢ଼ାଖୋଲ ସହରରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ।

ରେଢ଼ାଖୋଲ/ସମ୍ବଲପୁର/୧୪/୦୮/୨୦୨୫/(ଆଧାର ମିଡ଼ିଆ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରରେ ଭାରତୀୟ ଜନତା ପାର୍ଟି, ଏବିଭିପି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ପ୍ରଶାସନ ମିଳିତ ଆନୁକୁଲ୍ୟରେ ସହରର ସ୍ଥାନୀୟ ଭୀମଭୋଇ ମହାବିଦ୍ୟାଳୟ ଠାରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ରେଢ଼ାଖୋଲ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରେଢ଼ାଖୋଲ ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ଜନ ସାଧାରଣ ଏବଂ କାର୍ଯ୍ୟକର୍ତ୍ତା ମାନେ ସାମିଲ ରହିଥିଲେ। ଏଥିରେ କଲେଜ ଛକଠାରୁ ୩ ଶହ ମିଟର ଏକ ବିଶାଳ ତ୍ରିରଙ୍ଗା ସହିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଅଞ୍ଚଳର ବହୁ ସଂଖ୍ୟାରେ ବିଭିନ୍ନ ସ୍କୁଲ କଲେଜ ଛାତ୍ରଛାତ୍ରୀ ସାମିଲ ରହି ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଯଦୁମଣି ପାଟଣା, ରଥସାହି ଦେଇ ସହରର ଭୀମଭୋଇ ଛକ ଠାରେ ସମାପ୍ତ ହୋଇଥିଲା। ଏହି ଶୋଭାଯାତ୍ରାରେ ଜୟ ହିନ୍ଦ୍ ଓ ଭାରତ ମାତା କି ଜୟ ଜୟ ଧ୍ବନିରେ ଗୁଞ୍ଜରିତ ହୋଇ ଉଠୁଥିଲା ସାରା ସହର। ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ସମସ୍ତଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା।

Recent Comments

Leave Comments

Top