logo
add image
ଠେଲକୋଲୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ଵାଧିନତା ଦିବସ ପାଳିତ

ଠେଲକୋଲୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ଵାଧିନତା ଦିବସ ପାଳିତ

ରେଙ୍ଗାଲି/ସମ୍ବଲପୁର/୧୫/୦୮/୨୦୨୫/(ଆଧାର ମିଡ଼ିଆ/ରିପୋର୍ଟ- ସୁନିଲ କୁମାର ନାଥ)-ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟଳୟ ଠେଲକୋଲୋଇ ଠାରେ ବଡ ଆଡମ୍ୱରରେ ଦେଶର ୭୯ତମ ସ୍ଵାଧୀନତା ଦିବସ ପାଳନ କରାଯାଇଛି। ସକାଳ ଭୋର୍ ରୁ ବିଦ୍ୟାଳୟ ର ଛାତ୍ର ଛାତ୍ରୀମାନେ ଗାଁରେ ପ୍ରଭାତ ଫେରି କରିଥଲେ। ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ଅଚ୍ୟୁତାନନ୍ଦ ଭୁଏ, ପତାକା ଉତ୍ତୋଳନ କରିଥିଲେ ଏବଂ ରାଷ୍ଟ୍ରୀୟ ଝଣ୍ଡା ତଳେ ଛାତ୍ର ଛାତ୍ରୀ ମାନେ ରାଷ୍ଟ୍ରଗାନ କରିଥିଲେ। ଏହି ଉତ୍ସବରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରି ଯୋଗେନ୍ଦ୍ର ବାଗ, ସୁସ୍ମିତା ସାହୁ,ସାବିତ୍ରୀ ମେହେର, ଆରତି ପଧାନ ସହ ପରିଚାଳନା କମିଟିର ସଭାପତି ଗୁଣନିଧି ନାୟକ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ। ପରିଶେଶରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ପୂର୍ବରୁ ହୋଇଯାଇଥିବା ବିଭିନ୍ନ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।

Recent Comments

Leave Comments

Top