logo
add image
ଖାକିରେ କଳଙ୍କ, ନିଲମ୍ବିତ ହେଲେ ଅସ୍ତରଙ୍ଗ ଥାନାଧିକାରୀ ରାଜେଶ ବଳିୟାରସିଂ

ଖାକିରେ କଳଙ୍କ, ନିଲମ୍ବିତ ହେଲେ ଅସ୍ତରଙ୍ଗ ଥାନାଧିକାରୀ ରାଜେଶ ବଳିୟାରସିଂ

କାକଟପୁର/୧୬/୮/୨୦୨୫/(ଆଧାର ମିଡ଼ିଆ//ତୁଷାର ଦୀକ୍ଷିତ ) ପୁରୀଜିଲ୍ଲା ଅସ୍ତରଙ୍ଗ ଥାନାର କାର୍ଯ୍ୟରତ ଆଇଆଇସି ରାଜେଶ ବଳିୟାରସିଂ ସଫଳତାର ସହ ପ୍ରାୟ ୨ ବର୍ଷହେବ କାର୍ଯ୍ୟ ତୁଲାଇଥିବାବେଳେ ଅତୀତରେ ଘଟାଇଥିବା କଳଙ୍କିତ ଅଧ୍ୟାୟ ପାଇଁ ଜୟପୁର ପୋଲିସ ଦ୍ୱାରା ଗିରଫହୋଇ ଜେରାବେଳେ ପରିସ୍ରା କରିବା ବାହାନାରେ ଚତୁରତାର ସହିତ ଫେରାର ହୋଇଯିବା ପରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଦ୍ୱାରା ନିଲମ୍ବିତ ହେବା ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ଅନୁସନ୍ଧାନରୁ ଜଣାପଡିଛି ଯେ ଆଇଆଇସି ଶ୍ରୀ ବଳିୟାରସିଂ ଅତୀତରେ ଜୟପୁର ଥାନାରେ ସବ-ଇନ୍ସପେକ୍ଟର ଗଞ୍ଜେଇ ମାଫିଆଙ୍କ ସହିତ ସମ୍ପର୍କରଖି ସେମାନଙ୍କୁ ଅନୁକମ୍ପା ଦେଖାଇବାରେ ପ୍ରମାଣ ମିଳିବା ପରେ ପୋଲିସ ମହାନିର୍ଦ୍ଦେଶକ ଏଭଳି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଥିବା ଜଣାପଡିଛି l ତାଙ୍କୁ ଗିରଫ କରିବାପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା କ୍ୟାପିଟାଲ ଥାନା ପୁଲିସପକ୍ଷରୁ ସୂଚନା ମିଳିଛି l

Recent Comments

Leave Comments

Top