logo
add image
ବିଧାୟକଙ୍କ ପାଇଁ ଦିନଏକ ପ୍ରକଳ୍ପଅନେକ.

ବିଧାୟକଙ୍କ ପାଇଁ ଦିନଏକ ପ୍ରକଳ୍ପଅନେକ.

ପିପିଲି/୧୬/୮/୨୦୨୫/(ଆଧାର ମିଡ଼ିଆ)- ପିପିଲି ବିଧାୟକଙ୍କ ପାଇଁ ଦିନଏକ ପ୍ରକଳ୍ପ ଅନେକ...ଅର୍ଥାତ ଗୋଟିଏ ଦିନରେ ପୁରୀ ଜିଲ୍ଲା ପିପିଲି ବ୍ଲକର ନୂଆଶାସନ ପଞ୍ଚାୟତରେ ଏକାଧିକ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଓ ପୁରୀସାଂସଦ ଡା ସମ୍ବିତ ପାତ୍ର! ତେବେ ପଞ୍ଚାୟତର ସରପଞ୍ଚ,ସମିତିସଭ୍ୟ ଓ ଗ୍ରାମବାସୀ ବାଜା ବାଣ ରୋଷଣୀରେ ବିଧାୟକ ଓ ସାଂସଦଙ୍କୁ ସ୍ୱାଗତ କରିଥିଲେ!  ବିଭିନ୍ନ ପ୍ରକଳ୍ପ ମଧ୍ୟରେ ଆୟୁଷ୍ମାନ ମନ୍ଦିର, ଅମୃତ ସରୋବର ପ୍ରକଳ୍ପ, ଅଙ୍ଗନବାଡି କେନ୍ଦ୍ର, ପଞ୍ଚାୟତ କାର୍ଯ୍ୟାଳୟ ଆଦି ଶୁଭ ଉଦଘାଟନ କରି ଲୋକଙ୍କ ସେବାପାଇଁ ଯୋଗାଇଥିଲେ! ଶେଷରେ ଏକ ସାଧାରଣ ସଭାରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ ସେଥିରେ ଅନ୍ତୋଦୟ ଗୃହ ଜୋଯନା, ରାଜନକାଡ ଇତ୍ୟାଦି ହିତାଧିକାରୀ ମାନଙ୍କୁ ବଣ୍ଟନ ସହ ୨୪ବର୍ଷ ହେବ ଉପେକ୍ଷିତ ହୋଇଥିବା ଯୋଗ୍ୟ ଏଵେ ଯୋଜନାରେ ସାମିଲହୋଇ ଲାଭ ପାଇ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି, ସେହିପରି ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଓ ପୁରୀ ସାଂସଦ ଡା ସମ୍ବିତ ପାତ୍ରଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ ଦେଇଛନ୍ତି!

Recent Comments

Leave Comments

Top