logo
add image
ସରକାରୀ ଯୋଜନା ସମ୍ବନ୍ଧୀୟ ସଚେତନତା ଶିବିର

ସରକାରୀ ଯୋଜନା ସମ୍ବନ୍ଧୀୟ ସଚେତନତା ଶିବିର

ହିନ୍ଦୋଳ/୧୭ /୦୮/୨୦୨୫/: (ଆଧାର ମିଡ଼ିଆ)-ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ଵ ବିଦ୍ୟାଳୟ (ଇଗ୍ନୁ) ଆଞ୍ଚଳିକ କେନ୍ଦ୍ର , ଭୁବନେଶ୍ବରଙ୍କ ତରଫରୁ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କୁକୁପଙ୍ଗି ଗ୍ରାମରେ ଏକ ସରକାରୀ କାର୍ଜ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ଓ ସମ୍ପର୍କ ବୈଠକ ଅନୁଷ୍ଠିତ ହେଇଯାଇଛି। ମାଧପୁର ପଞ୍ଚାଯତ ସରପଞ୍ଚ ବୀଣାପାଣି ନାୟକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ପଞ୍ଚାଯତ ତରଫରୁ ଲୋକମାନକୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁ ଆହ୍ଵାନ କରିଥିଲେ ଓ ପଞ୍ଚାଯତ ତରଫରୁ ଅନୁଷ୍ଠିତ ହେଉଥିବା ଗ୍ରାମସଭା ଯୋଗ ଦେବାକୁ ଅନୁରୋଧ କରିଥିଲେ ।
ହିନ୍ଦୋଳ ବ୍ଲକ ସହକାରୀ  ପ୍ରକଳ୍ପ ଅଧିକାରୀ ତପସ୍ଵିନୀ ପଣ୍ଡା, ବ୍ଲକଦ୍ଵାରା ନିଆଯାଉଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଯଥା- ଗ୍ରାମ ଉନ୍ନୟନ,ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ୟାନ୍ୟ ଜନକଲ୍ୟାଣ ଯୋଜନା ବିଷୟରେ ଅବଗତ କରିବା ସହିତ ମହାତ୍ମାଗାନ୍ଧୀ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଉକ୍ତ ଯୋଜନାରେ ସାମିଲ ହୋଇ ନଥିବା ବ୍ୟକ୍ତି ବିଶେଷ ବ୍ଲକ ସହିତ ଯୋଗାଯୋଗ କରି ସେମାନଙ୍କର ସମସ୍ୟା ଦୂର କରିବାରେ ସହାୟକ ହେବାକୁ ପ୍ରତିଶୃତି ଦେଇଥିଲେ।
ବିଶ୍ଵ ଯୁବ କେନ୍ଦ୍ରର ନିର୍ଦେଶକ ମନୋଜ କୁମାର ମହାପାତ୍ର ଇଗ୍ନୌ ଭୁବନେଶ୍ଵର ଓ କେନ୍ଦ୍ର ତରଫରୁ କୁକୁପଙ୍ଗିକୁ ପୋଷ୍ୟଗ୍ରାମ ଭାବେ ଗତ ଏକବର୍ଷ ହେଲା ନିଆଯାଇଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହିତ ଶିଶୁମାନଙ୍କର ଶିକ୍ଷା,ବାଲ୍ୟବିବାହ ନିରାକରଣ,ଶିଶୁଚ।ଲାଣ ଓ ଶିଶୁ ନିର୍ଯ୍ୟାତନା ଉପରେ ଆଲୋକପାତ କରିବା ସହିତ ପରିବାର ଓ ଗ୍ରାମବାସୀଙ୍କ ଭୂମିକା ଉପରେ ସଚେତନ କରଯାଇଥିଲେ। ସମାଜରେ ହେଉଥିବା ଶିଶୁ ନିର୍ଯାତନା ବନ୍ଦ କରିବାକୁ ହେଲେ ସରକାର ଓ ଗ୍ରାମବାସୀ ସମ୍ମିଳିତ ହୋଇ କାର୍ଯ୍ୟକରିବାକୁ ଶ୍ରୀ ମହାପାତ୍ର ଆହ୍ଵାନ କରିଥିଲେ।
ବିଶ୍ଵ ଯୁବକେନ୍ଦ୍ର ଦ୍ଵାରା ପରିଚାଳିତ ଏକ୍ସେସ ଟୁ ଜଷ୍ଟିସ କାର୍ଯ୍ୟକ୍ରମ ମାଧ୍ୟମରେଗ୍ରାମରେ ହୋଇଥିବା ସର୍ଭେରୁ ଜଣାପଡିଥିଲା ଯେ, ୧୩ଟି ଚାଳଘର, ୨୦୦୦ ଟଙ୍କାରୁ କମ ରୋଜଗାର କରୁଥିବା ୨ ଜଣ ବ୍ୟକ୍ତି, ୧୬ଟି ଲେବର କାର୍ଡ ନଥିବା ବ୍ୟକ୍ତି, ୮ଜଣ ଜବ କାର୍ଡ ନଥିବା ବ୍ୟକ୍ତି, ୯ ଜଣ ବାର୍ଦ୍ଧକ୍ୟ ଭତ୍ତା ପାଉନଥିବା ବ୍ୟକ୍ତି ଓ ୫ ଜଣ ଜମିହୀନ ବ୍ୟକ୍ତି ଅଛନ୍ତି। ସେମାନଙ୍କୁ ତୁରନ୍ତ ସରକାର ଙ୍କ ଯୋଜନା ସହିତ ସାମିଲ କରିବାକୁ ଶ୍ରୀ ମହାପାତ୍ର ବ୍ଲକ ଓ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ମନସ୍ମିତା ନାୟକ ସ୍ଵାଗତ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଜୁଲି ସ୍ଵାଇଁ ଓ ଅନିତା ବେହେରା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Recent Comments

Leave Comments

Top