logo
add image
ନିର୍ମାଣଧୀନ ପାଇଖିନାରେ ଶ୍ୱାସରୁଦ୍ଧ ହୋଇ ଦୁଇଶ୍ରମିକ ମୃତ୍ୟୁ

ନିର୍ମାଣଧୀନ ପାଇଖିନାରେ ଶ୍ୱାସରୁଦ୍ଧ ହୋଇ ଦୁଇଶ୍ରମିକ ମୃତ୍ୟୁ

ଖଡ଼ିଆଳ/୧୮/୦୮/୨୦୨୫/(ଆଧାର ମିଡ଼ିଆ//ସୁଜିତ କୁମାର ପ୍ରଧାନ)-ନୂଆପଡ଼ା ଜିଲ୍ଲା ଖଡ଼ିଆଳ ୱାର୍ଡ ନଂ ୧୦ ଲକ୍ଷ୍ମୀଛକ ନିବାସୀ ଗୋବିନ୍ଦ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ନିର୍ମାଣାଧୀନ ପାଇଖାନା ଟାଙ୍କି ଫଳସ ଖୋଲିବା ବେଳେ ଅଘଟଣା ଘଟି ଦୁଇଶ୍ରମିକ ମୃତ। ମୃତକ ହେଲେ ଖଡ଼ିଆଳ ଥାନା ଅନ୍ତର୍ଗତ ଛତା ଗ୍ରାମର ରଘୁନାଥ ହାତୀ (୨୭) ଓ କୁଟେନମୁଣ୍ଡା ଗ୍ରାମର ବାସୁଦେବ ଭୋଇ (୩୫) ବୋଲି ଜଣା ପଡ଼ିଛି।
ଘଟଣାରୁ ପ୍ରକାଶ ଯେ ରବିବାର ପାଖପୁଖି ଦିବା ୨.୩୦ ଘଣ୍ଟା ସମୟରେ ପାଇଖାନା ଟାଙ୍କିଭିତରର ଫଳସ ଖୋଲିବାକୁ ଟାଙ୍କି ଭିତରକୁ ପଶିଥିଲେ ଦୁଇଜଣ ଶ୍ରମିକ ଅଣନିଶ୍ବାସୀ ହୋଇ ମୃତ୍ୟୁବରଣ କରିଛନ୍ତି । ଖବରପାଇ ଖଡ଼ିଆଳ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୁଇ ଶ୍ରମିକଙ୍କୁ ଟାଙ୍କିଭିତରୁ ଉଦ୍ଧାରକରି ଖଡ଼ିଆଳ ଉପଖଣ୍ଡ ଡାକ୍ତର ଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଦୁଇ ଜଣ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ। ଖଡ଼ିଆଳ ପୋଲିସ ମୃତ ଦୁଇ ଶ୍ରମିକଙ୍କ ମୃତ ଦେହକୁ ଜବତକରି ଘଟଣାର ତଦନ୍ତ ଜାରି ରଖିଛି। ପ୍ରକାଶ ଯେ ସମ୍ପୃକ୍ତ ଠିକାଦାର ଶ୍ରମିକଙ୍କ ସୁରକ୍ଷା ପ୍ରତି କୌଣସି ଧ୍ୟାନ ଦେଇନଥିବାରୁ ଦୁଇଜଣ ନିରୀହ ଶ୍ରମିକଙ୍କ ଅକାଳରେ ଜୀବନ ଚାଲି ଯାଇଛି। ଜିଲ୍ଲା ପ୍ରଶାସନ ମୃତ ଦୁଇ ଶ୍ରମିକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ପରିବାର ପକ୍ଷରୁ ଦାବି କରିଛନ୍ତି।

 

Recent Comments

Leave Comments

Top