logo
add image
ରେଙ୍ଗାଲି ବ୍ଲକରେ ଜିଲ୍ଲାପାଳଙ୍କ ସାମୁହିକ ଜନଶୁଣାଣି ଅନୁଷ୍ଠିତ

ରେଙ୍ଗାଲି ବ୍ଲକରେ ଜିଲ୍ଲାପାଳଙ୍କ ସାମୁହିକ ଜନଶୁଣାଣି ଅନୁଷ୍ଠିତ

ରେଙ୍ଗାଲି/ସମ୍ବଲପୁର //୧୮/୦୮/୨୦୨୫/(ଆଧାର ମିଡ଼ିଆ/ରିପୋର୍ଟ - ସୁନିଲ କୁମାର ନାଥ)ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକରେ  ଆଜି ସାମୁହିକ ଜନଶୁଣାଣୀ ଅନୁଷ୍ଠିତ ହେଇଯାଇଛି l ରେଙ୍ଗାଲି ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଅଭିଯୋଗ ଶୁଣାଣି ହୋଇଛି l ଆଜି ସମ୍ବଲପୁର ଜିଲ୍ଲାପାଳ, ଏସପି,ଉପଜିଲ୍ଲାପାଳ, ରେଙ୍ଗାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ରେଙ୍ଗାଲି ତହସିଲଦାର ସମେତ ଅନେକ ଅଧିକାରୀଙ୍କ ମିଳିତ ଆନୁକୂଲ୍ୟରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଜନଶୁଣାଣି ହୋଇଥିଲା l ଲୋକଙ୍କ ସମସ୍ୟା ର ସମାଧାନ କରିବା ପାଇଁ ସମ୍ବଲପୁର ଜିଲ୍ଲାପାଳ ପ୍ରତିଶୃତି ମଧ୍ୟ ଦେଇଛନ୍ତି  l ପୂର୍ବରୁ ରହି ଯାଇଥିବା ଅନେକ ସମସ୍ୟାର ସମାଧାନ ଖୁବଶୀଘ୍ର ହେବବୋଲି ଜିଲ୍ଲପାଳ କହିଛନ୍ତି l ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ନାଳ ଏବଂ ଅନ୍ୟାନ୍ୟ ମୌଳିକ ସମସ୍ୟାର  ଅଭିଯୋଗ ଶୁଣାଣି ହୋଇଥିଲା l  ବିଶେଷ  କରି ଟେର୍ଚ୍ଚାପଡ଼ାର ମହିଳାମାନେ ଦୀର୍ଘ ଦିନହେବ ସେହି ଅଂଚଳରେ ରହିଆସିଛନ୍ତି ହେଲେ କେହି ଜଣେବ୍ୟକ୍ତି ତାଙ୍କ ଜାଗାକୁ ନିଜ ନାମରେ କରିଦେଇଥିବା ଅଭିଯୋଗ କରିଛନ୍ତି ତାକୁ ନେଇ ଆଜି ଜିଲ୍ଲାପାଳଙ୍କୁ ଜଣେଇ ଥିଲେ l  ରେଙ୍ଗାଲି ଅଂଚଳର ଅନେକ ସମସ୍ୟାକୁ ନେଇ ଅଂଚଳ ବାସି ମାନେ ବାରମ୍ବାର ପ୍ରଶାସନକୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଲୋକମାନେ ଅଭିଯୋଗ କରିଥିଲେ I କିନ୍ତୁ ସବୁ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ଆଶ୍ୱାସନା ଦେଇଥିଲେ।

Recent Comments

Leave Comments

Top