logo
add image
ଏନଏସି ଅଧ୍ୟକ୍ଷଙ୍କ ଭିନ୍ନପ୍ରୟାସ, ୱାର୍ଡ ୱାର୍ଡ ବୁଲି ଅଭିଯୋଗ ଜନଶୁଣାଣୀ।

ଏନଏସି ଅଧ୍ୟକ୍ଷଙ୍କ ଭିନ୍ନପ୍ରୟାସ, ୱାର୍ଡ ୱାର୍ଡ ବୁଲି ଅଭିଯୋଗ ଜନଶୁଣାଣୀ।

ରେଢ଼ାଖୋଲ/୧୮/୦୮/୨୦୨୫/(ଆଧାର ମିଡ଼ିଆ):ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶିବରାମ ସାହୁଙ୍କ ପକ୍ଷରୁ ସହରର ସାଧାରଣ ଲୋକଙ୍କ ସମସ୍ୟା ଗୁଡ଼ିକ ସମାଧାନ କରିବା ପାଇଁ ଏକ ଭିନ୍ନ ପ୍ରୟାସ କରାଯାଇଛି। ସପ୍ତାହର ପ୍ରତ୍ୟେକ ସୋମବାର ଦିନ ଏନଏସି ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ସମେତ ଅନ୍ୟ ଏନଏସି ପଦାଧିକାରୀ ମାନେ ୱାର୍ଡ ୱାର୍ଡ ବୁଲି ଅଭିଯୋଗ ଜନଶୁଣାଣୀ ଆରମ୍ଭ କରାଯାଇଛି। ସୋମବାର ଦିନ ୱାର୍ଡ ନଂ ୩ ଶିବଶଙ୍କର ପଡ଼ା ସ୍ଥିତ ପରିଚୟ ଗୃହଠାରେ ଅଭିଯୋଗ ଜନ ଶୁଣାଣିରେ ବିଭିନ୍ନ ପ୍ରକାର ସମସ୍ୟା ଯଥା ଡ୍ରେନେଜ୍, ଅଳିଆ ଆବର୍ଜନା, ଶିବ ମନ୍ଦିର ନିକଟରେ ଆବର୍ଜନା ସମସ୍ୟା, ଭୂମିହୀନ ପଟ୍ଟା, ଆବାସ ଯୋଜନା କାର୍ଯ୍ୟାଦେଶ ପ୍ରମୁଖ ସମେତ ଅନ୍ୟ ସମସ୍ୟା ଆସିଥିଲା।
ଏଥିରେ ଶ୍ରୀ ସାହୁ କହିଥିଲେ ଯେ ସାଧାରଣ ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଶୁଣିଲେ ବହୁ ସମସ୍ୟା ସମାଧାନ ହୋଇ ପାରିବ। ଏହି ଶୁଣାଣିରେ ସହରବାସୀଙ୍କ ବ୍ୟକ୍ତିଗତ ସମସ୍ୟା ଏବଂ ସାମୁହିକ ସମସ୍ୟା ଗୁଡ଼ିକ ମଧ୍ୟରୁ ଛୋଟ ସମସ୍ୟା ଗୁଡ଼ିକ ସେ ସ୍ଥାନରେ ହିଁ ସମାଧାନ କରାଯାଉଛି। ଆଜି ପର୍ଯ୍ୟନ୍ତ ବ୍ୟକ୍ତିଗତ ଏବଂ ସାମୁହିକ ୧୫୦ ଟି ସମସ୍ୟା ମଧ୍ୟରୁ ପ୍ରାୟ ୮୦ ଟି ସମସ୍ୟା ସେ ସ୍ଥାନରେ ହିଁ ସମାଧାନ ହୋଇଯାଇଛି। ଏଥିରେ ଭତ୍ତା ପ୍ରଦାନ, ରାସନ କାର୍ଡ, ଜନ୍ମ ପ୍ରମାଣ ପତ୍ର ପ୍ରମୁଖ ଅନ୍ୟ ସମସ୍ୟା ଗୁଡ଼ିକୁ ସମାଧାନ କରାଯାଇଛି।
ତା ସହିତ ଯେଉଁ ସମସ୍ୟା ରହିଛି, ସେ ଗୁଡ଼ିକୁ ଯଥାଶୀଘ୍ର ସମାଧାନ କରାଯିବ ଏବଂ ଆମେ ଏହି ପ୍ରୟାସରେ ନିଶ୍ଚୟ ସଫଳ ହେବୁ, ଏଥିରେ ସହରବାସୀ ଉପକୃତ ହେବେ ବୋଲି ଶ୍ରୀ ସାହୁ ପ୍ରତିକ୍ରିୟା ଦେଇଥିଲେ। ଏହି ଅଭିଯୋଗ ଶୁଣାଣିରେ ଅନ୍ୟ ମାନଙ୍କ ମଧ୍ୟରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଞ୍ଜନ କୁମାର ମାର୍ଥା, ଉପାଧ୍ୟକ୍ଷ ଅନୁଷୟା ପ୍ରଧାନ, କାଉନସିଲର କୁମୁଦ ନାଥ ପ୍ରମୁଖ ସମେତ ଅନ୍ୟ ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ।    

Recent Comments

Leave Comments

Top