ମୁନିଗୁଡ଼ା/ବିଷମକଟକ/୧୯/୮/୦୨୫/(ଆଧାର ମିଡ଼ିଆ//କାଷିନାଥ ପାଳ)-ରାୟଗଡା ଜିଲ୍ଲା ମୁନିଗୁଡାକୁ ଏନ୍ ଏସି କରାଯିବା ପାଇଁ ମୁନିଗୁଡା ଵିଜେଡି ବ୍ଲକ ସଭାପତି ରତନ ଲାଲ ଜୈନଙ୍କ ନେତୃତ୍ବରେ ବହୁ ବିଜେଡି କର୍ମୀ ଓ ସାଧାରଣ ଜନତା ତତ୍କାଳୀନ ଵିଧାୟକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କ ଉଦ୍ୟମରେ ମୁନିଗୁଡାକୁ ଏନ୍ ଏସି ମାନ୍ୟତା ପାଇଁ ତାଲିକା ଭୁକ୍ତ ହୋଇଥିଲା। ମୁନିଗୁଡାକୁ ବାଦ୍ ଦେଇ ବାଲିଗୁଡାକୁ ଏନ୍ ଏସି କରାଗଲା।ଏବେ ବିଜେପି ସରକାରରେ ତାଲିକା ଭୁକ୍ତ ହୋଇଥିବା ମୁନିଗୁଡା ପ୍ରସ୍ତାବିତ ଏନ୍ ଏସି କୁ ବାଦ୍ ଦେଇ ଅନ୍ୟାନ୍ୟ ବ୍ଲକରେ ଏନ୍ ଏସି କରା ଯିବାକୁ ଘୋଷଣା କରାଗଲା। ଏହା ଶୁଣିବା ପରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନୀଳମାଧବ ହିକକା କ୍ଷୋଭ ପ୍ରକାଶକରି ସଙ୍ଗେ ସଙ୍ଗେ ରାୟଗଡାରୁ ଭୂବନେଶ୍ବର ଯାଇଥିଲେ । ସେଠାରେ ପ୍ରଥମେ ଗୃହ ଏବଂ ନଗର ଉନ୍ନୟନ ବିଭାଗ ସଚିବ ଉଷାପାଢୀଙ୍କୁ ସାକ୍ଷାତ କରି ମୁନିଗୁଡା ଏନ ଏସି ହେଵାକଣ ପାଇଁ ଘୋଷଣା କରାଗଲା ନାହିଁ ବୋଲି ଦୃଢ ଦାବୀକରି ଆଲୋଚନା କରିଥିଲେ।
ସେହିଦି ସନ୍ଧ୍ୟାରେ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ପରେ ସନ୍ତୋଷଜନକ ଉତ୍ତର ପାଇ ମୁନିଗୁଡା ଏନ୍ ଏସି ହେଵା ନେଇ ଆଶା ପ୍ରକଟ କରିଛନ୍ତି ବିଧାୟକ ଶ୍ରୀଯୁକ୍ତ ହିକକା। ଅପରପକ୍ଷରେ ମୁନିଗୁଡାର ଜନସାଧାରଣ ଆଜି ଏକାଠି ହୋଇ ଏନ୍ ଏସି ହେଵା ଦାବୀରେ ୨୦.୮.୦୨୫ତାରିଖରେ ୧୨ଘଣ୍ଟିଆ ମୁନିଗୁଡା ବନ୍ଦ ଡାକରା ଦେଇଛନ୍ତି। ବିଧାୟକଙ୍କ ଉଦ୍ୟମ ଓ ଜନସାଧାରଣଙ୍କ ଵନ୍ଦ ଡାକରା ପରେ ଯଦି ବିଜେପି ସରକାର ଯଦି ଏନ୍ ଏସି ଘୋଷଣା ନ କରନ୍ତି,ଆଗାମି ଦିନରେ ବୃହତ ଆନ୍ଦୋଳନର ରୂପ ନେବ ବୋଲି ସୂଚନା ମିଳିଛି।
Recent Comments