ମୁନିଗୁଡା/ଵିଷମକଟକ/୧୯/୮/୦୨୫/(ଆଧାର ମିଡ଼ିଆ//କାଷିନା ପାଳ)-ରାୟଗଡା ଜିଲ୍ଲା ମୁନିଗୁଡା ଟିକର ପଡା ନିକଟସ୍ଥ ଆଜି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ରେଳ ବିଭାଗର କ୍ରସିଙ୍ଗ୍ ଗେଟ୍ ଫାଟକଭାଙ୍ଗି ୪ବାଇକ୍ ସହିତ ଆରୋହୀଙ୍କୁ ଘୋଷାଡି ନେଇ ୩ୟ ରେଳ ଲାଇନରେ ଫିଙ୍ଗିଦେଲା ଟ୍ରକ୍। ବାଇକ୍ ନଷ୍ଟ ହେବାସହ ଆରୋହୀ ଅଳ୍ପକେ ବଞ୍ଚି ଯାଇଛନ୍ତି।ରେଳଵାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ୍ ଓ ଡ୍ରାଇଭରକୁ ଗିରଫ କରିଛି।
ବିବରଣୀରୁ ପ୍ରକାଶ ସବୁଦିନ ଭଳି ରେଳ କ୍ରସିଙ୍ଗ୍ ଗେଟ୍ ଫାଟକ ପଡ଼ିଥିବା ବେଳେ ବହୁତ ବାଇକ୍ ଓ ଟ୍ରକ୍,ବସ୍, ଭାରିଜାନ ଗାଡି ଛିଡ଼ା ହୋଇଥିଲା । ହଠାତ୍ AP39U7668 ନମ୍ବର ଟ୍ରକ ଭବାନୀପାଟଣା ଅଭିମୁଖେ ଯାଉଥିଲା। ଡ୍ରାଇଭର ଟ୍ରକକୁ ଦ୍ରୁତଗତିରେ ଆଣିଥିଲା ଭାରସାମ୍ୟ ହରାଇ ଗେଟ୍ ଫାଟକ ନିକଟରେ ଥିବା ଚାରୋଟି ବାଇକ୍ କୁ ପିଟିବା ସହିତ ଗେଟ୍ ଭାଙ୍ଗି ବାଇକୁ ଘୋଷାଡି ନେଇ ଥାଡ୍ ଲାଇନରେ ଅଟକିଥିଲା । ପ୍ରଭୁଙ୍କ ଆଶୀର୍ବାଦରୁ ବାଇକ୍ ଚାଳକ ଓ ବସିଥିବା ଲୋକ ସୈ।ଭାଗ୍ୟବସତଃ ଜୀବନ ବଞ୍ଚାଇବାକୁ ଵାଇକରୁ ଡେଇଁ ପଡ଼ିଥିଲେ ମଧ୍ୟ କିଛି କ୍ଷତି ଘଟିନଥିବା ଜଣାପଡିଛି।ହେଲେ ଯେଉଁଥିପାଇଁ ଏପରି ଅଘଟଣ ଘଟିଲା ତାର ତର୍ଜମା ଓ ତଦନ୍ତ କରି ବାଇକ୍ କ୍ଷତିପୁରଣ ଦେବାକୁ ସାଧାରଣରେ ଦାବୀହେଉଛି।
Recent Comments