logo
add image
ଖଡିଆଳ ପୋଲିସକୁ ବଡ ସଫଳତା,୨୦ କେଜି ୪୯୫ ଗ୍ରାମ ଗଞ୍ଜେଇ ଜବତ୍. ଦୁଇ ଅଭିଯୁକ୍ତ ଅଟକ ତଦନ୍ତ ଜାରି

ଖଡିଆଳ ପୋଲିସକୁ ବଡ ସଫଳତା,୨୦ କେଜି ୪୯୫ ଗ୍ରାମ ଗଞ୍ଜେଇ ଜବତ୍. ଦୁଇ ଅଭିଯୁକ୍ତ ଅଟକ ତଦନ୍ତ ଜାରି

ନୂଆପଡା/୧୯/୦୮/୨୦୨୫/(ଆଧାର ମିଡ଼ିଆ// ରିପୋର୍ଟ-ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲ୍ଲା ଖଡିଆଳ ପୋଲିସକୁ ବଡ ସଫଳତା ମିଳିଛି। ଦୀର୍ଘଦିନ ପରେ ଗଞ୍ଜେଇ ଚଲାନ ଖବର ପାଇ ଖଡିଆଳ ସାଆନ୍ଦୋହେଲା ଛକଠାରେ ଦୁଇଯୁବକ ବସ ଅପେକ୍ଷା କରିଥିବା ବେଳେ ତାଙ୍କଠାରେ ଗଞ୍ଜେଇ ଥିବା ସୂଚନା ପାଇବା ମାତ୍ରେ ପୋଲିସ ଦଳ ପହଞ୍ଚି ତାଙ୍କୁ କବୁ କରିଥିଲେ। ସେଠାରୁ ୨୦ କେଜି ୪୯୫ ଗ୍ରାମ ଗଞ୍ଜେଇ ଜବତ୍ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୫୦ ହଜାର ଟଙ୍କା ହୋଇଥିବା ଜଣାପଡିଛି।
ଦୁଇ ଅଭିଯୁକ୍ତ ଅଟକ କରି ଅଧିକ ତଦନ୍ତ ଜାରି ରହିଥିବା ଖଡିଆଳ ଏସ୍ଡ଼ିପିଓ ଉପେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ଖଡିଆଳ ଥାନା କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଖଡିଆଳ ପୋଲିସ ସୂଚନା ଦେଇଛନ୍ତି।  ଖଡିଆଳ ଥାନା ଅଧିକାରୀ ଦିଲୀପ କୁମାର ସାହୁ ମଧ୍ୟ ଉପସ୍ଥିତ ରହିଥିଲେ। ଅଭିଯୁକ୍ତ ଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ବେଳେ ଅନ୍ୟ ଜଣେ ଉତ୍ତରପ୍ରଦେଶ ର ବୋଲି ପୋଲିସ ତଦନ୍ତ ରୁ ଜଣାପଡିଛି। ଏହି ଗଞ୍ଜେଇ ବାଲିମେଲା ଅଞ୍ଚଲରୁ ଆଣି  ଉତ୍ତର ପ୍ରଦେଶକୁ ରପ୍ତାନି କରିବା ବେଳେ ଖଡିଆଳ ପୋଲିସ ଜାବୁଡ଼ି ଧରିଥିଲେ।ଖଡିଆଳ ଥାନାରେ ଏକ ମାମଲା ରୁଜୁ ହୋଇଛି। 

Recent Comments

Leave Comments

Top