କଣିହାଁ/୧୯/0୮/୨0୨୫/(ଆଧାର ମିଡ଼ିଆ /ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକର ଉଠାଜଳ ସେଚନ ପ୍ରକଳ୍ପର ସମୀକ୍ଷା ବୈଠକ ତାଳଚେର ଉପଜିଲ୍ଲାପାଳ ସମିରି ଜେନାଙ୍କ ଅଧକ୍ଷତାରେ ସମଲ ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି l
ପାଲଲହଡା ବିଧାୟକ ଶ୍ରୀଯୁକ୍ତ ଅଶୋକ ମହାନ୍ତି ଯୋଗଦେଇ ବ୍ଲକସ୍ତରୀୟ ଉଠା ଜଳସେଚନ ବିଭାଗର ସମୀକ୍ଷା କରିଥିଲେ, ବର୍ଷା ଅଭାବରୁ ପ୍ରଭାବିତ ଚାଷଜମିକୁ ଜଳ ଯୋଗାଇଦେବା ପାଇଁ କଣିହାଁ ବ୍ଲକର ୧୩୨ ଟି ଉଠା ଜଳସେଚନ ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା.
ସେହିପରି ନୂତନ ଭାବରେ ହେବାକୁ ଥିବା ସେଚନ ପ୍ରକଳ୍ପର କାର୍ଯ୍ୟକାରିତ ନେଇ ଆଲୋଚନା ହୋଇଥିଲା, ଆବଶ୍ୟକ ସ୍ଥଳେ ତୁରନ୍ତ ମରାମତି କରି କାର୍ଯକ୍ଷମ ପାଇଁ ବିଧାୟକ ନିର୍ଦେଶ ଦେଇଥିଲେ, ସେହିପରି ଖୁଦ୍ର ଜଳସେଚନ ବିଭାଗର କେନାଲକୁ ଯୁଦ୍ଧ କାଳୀନ ଭିତିରେ ମରାମତି କରି ଚାଷଜମିକୁ ପାଣି ଦେବାକୁ ପ୍ରସ୍ତୁତ ରହିବାକୁ କହିଥିଲେ, ନୀଳାପଶି,ବିରୁ,କଟରପଡା,ସମଲ, ଟିପୋ ,କୁଲେଇ, ଗହମ,ବେଠିଆ ଭୂଇଁ, କର୍ଣ୍ଣପାଳ,ସୀପୁର, ପ୍ରଭୁତି ଗ୍ରାମ ର ଅଭିଯୋଗ ଶୁଣି ସମାଧନ ପାଇଁ ଉପଜିଲ୍ଲାପାଳ ଓ ବିଭାଗ୍ୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ, ଉପଜିଲ୍ଲାପାଳ ନେତୃତ୍ୱରେଏକ ଉଚ୍ଚସ୍ତରୀୟ ବୈଠକ କରି ବା ସହିତ ବିଦ୍ୟୁତ ଦେୟ ଜନୀତ ସମସ୍ୟାର ସମାଧନ ପାଇଁ ଟିପିସିଓଡ଼ିଲର ନିର୍ବାହୀ ଅଧିକାରୀଙ୍କୁ ଫୋନଯୋଗେ ଆଲୋଚନା କରିଥିଲେ ,ବୈଠକରେ ଉଠା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଦେବରାଜ ସେଠି ,ସମଲ ବ୍ୟାରେଜ ଅଧିକ୍ଷଣ ଯନ୍ତ୍ରୀ ବିକାଶ କୁମାର ସୁବୁଦ୍ଧି ,ସହକାରୀ ଯନ୍ତ୍ରୀ ମନୋଜ ବେହେରା,ଖୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ରାକେଶ ଶତପଥି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ,ବୈଠକରେ ବିରୁ ସରପଞ୍ଚ ଧରଣୀ ଧର ବେହେରା ପରାବିଲ, ସରପଞ୍ଚ ପ୍ରତିନିଧି ରମେଶ ପ୍ରଧlନ,ସମଲ ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର ବେହେରା, ଆଡ଼ଭୋକେଟ ତ୍ରିପୁରାରୀ ପ୍ରଧlନ,ପ୍ରହ୍ଲାଦ ସାମଲ ବିଛନ୍ଦ ସାହୁ ସୁମନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l
Recent Comments