କଣିହାଁ ୨୦/0୮/୨୦୨୫/ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ/ ଅନୁଗୋଳ ଜିଲ୍ଲା କଣିହାଁ ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟ, ଠାରେ ବୁଧବାର ପୂର୍ବାହ୍ନ ୧୧ଘଣ୍ଟିକାରେ ମାନ୍ୟବର ବିଧାୟକ ପାଳଲହଡା ଶ୍ରୀଯୁକ୍ତ ଅଶୋକ ମହାନ୍ତି ମହୋଦୟ ଉପସ୍ଥିତ ରହି ଆସନ୍ତା ତା ୨୭/୦୮/୨୦୨୫ ରିଖରେ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଦ୍ୟାଳୟରେ ହୋଇଥିବା ବିଭିନ୍ନ ପ୍ରକଳ୍ପ ଗୁଡିକର ଶୁଭ ଉଦ୍ଘାଟନ ନିମନ୍ତେ କାର୍ଯ୍ୟକ୍ରମର ତଦାରଖ କରିଥିଲେ। ପ୍ଲାଟିନୁମ୍ ଜୁବିଲି ପାଳନ କମିଟିର ଉପସଭାପତି, ସମ୍ପାଦକ ଓ ଶତାଧିକ ସଭ୍ୟ ଉପସ୍ଥିତ ରହି ଛଅଟି ଶ୍ରେଣୀ କକ୍ଷ, ଛାତ୍ର ଛାତ୍ରୀଙ୍କ ଭୋଜନାଳୟ, ଛାତ୍ର ମାନଙ୍କ ପାଇଁ ଉଦ୍ଦିଷ୍ଟ ଛାତ୍ରାବାସ ଓ କ୍ରୀଡା ପ୍ରାନ୍ତର ପ୍ରଶସ୍ତି ଓ ଉନ୍ନତି କରଣ ପାଇଁ ହେବାକୁ ଥିବା କ୍ରୀଡା ପ୍ରାନ୍ତରକୁ କମିଟି ସଦସ୍ୟ ବୁଲାଇ ଦେଖାଇ ଥିଲେ।
ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ୟମରେ ଏ ସମସ୍ତ ହୋଇଥିବାରୁ ଓ ବିଦ୍ୟାଳୟଟି ପିଏମ ଶ୍ରୀ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରୂପାନ୍ତରିତ ହୋଇ ବିଦ୍ୟାଳୟ ପିଏମ ଶ୍ରୀ ପବିତ୍ର ମୋହନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଣିହାଁ ନାମରେ ନାମିତ ହୋଇଥିବାରୁ ବିଦ୍ୟାଳୟ ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ ଶୁଭ କାମନା ଜଣାଇଥିଲେ। ସେହିଭଳି କଣିହାଁ ରାଜୀବ ଭବନ ଠାରେ, ବିଧାୟକ ଅଶୋକ ମହାନ୍ତି ଦଳୀୟ କର୍ମୀଙ୍କୁ ନେଇ ଆସନ୍ତା ୨୭ ତାରିଖରେ ଆସୁଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତର ରୋପରେଖ ବିଷୟରେ ବୈଠକ ରେ ପ୍ରସ୍ତୁତି ହୋଇଥିଲା,ମନ୍ତ୍ରୀ ପ୍ରଥମେ କଣିହାଁ ପ୍ରଜାମଣ୍ଡଳର, ନୂତନ ପ୍ରଜାମଣ୍ଡଳ ଭବନର ସାଢେ ୧0 ଟା ରେ ଭୂମି ପୂଜନ କରି ୧୧ ଟା ରେ କଣିହାଁ ପିଏମ ହାଇସ୍କୁଲର ପ୍ରୋଗ୍ରାମରେ ଯୋଗଦାନ କରି ବିଭିର୍ଣ୍ଣ ନୂତନ ପ୍ରକଳ୍ପ ଗୋଡ଼ିକ ଉଦ୍ଘାଟନ ପରେ ୧୨ ଟା୧0 ରେ ମନ୍ତ୍ରୀ କଣିହାଁ ଠାରୁ ପଟା ଖମଣ କୁ ସଂଯୋଗ କରୁଥିବା ବ୍ରିଜକୁ ଉଦ୍ଘାଟନକରି ମନ୍ତ୍ରୀ ଦେବଗଡ଼ ଅଭିମୁଖେ ଯାତ୍ରା କରିବେ ବୋଲି ବିଧାୟକ ଶ୍ରୀ ମହାନ୍ତି ବୈଠକରେ ପ୍ରକାଶ କରିଥିଲେ l
Recent Comments