ବଲାଣି,୨୧/୮/୨୫(ଆଧାର ମିଡ଼ିଆ//ରିପୋର୍ଟ- ରାଜେନ୍ଦ୍ର ନନ୍ଦ) କେନ୍ଦୁଝର ଜିଲ୍ଲା ସୀମାନ୍ତ ଖଣି ଅଞ୍ଚଳ ବଲାଣି ସ୍ଥିତ ସିଭିଲ ଅଫିସ ରୁ ବିର୍ସା କ୍ଲବ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ମଧ୍ୟସ୍ଥ ଏକ ଛକ ନିକଟରେ ଗୁରୁବାର ଦିନ ଅପରାହ୍ନ ପ୍ରାୟ ୪ ଟା ସମୟରେ ୨ ଜଣ ନାବାଳକ ସ୍କୁଲ ରୁ ଘରକୁ ଫେରୁଥିବା ବେଳେ ଏକ ଧଳା ରଙ୍ଗର ଅଜଣା ବୋଲେରୋ ଗାଡ଼ି ଧକ୍କା ମାରି ଫେରାର ହୋଇଯାଇଛି l ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି l ସୂଚନା ଅନୁସାରେ ଏହି ମର୍ମଦୂତ ଅଘଟଣ ଘଟଣା ରେ ଜଣକର ହାତ ଭାଙ୍ଗିଯାଇଥିବା ବେଳେ ଅନ୍ୟ ଜଣକ ର ଗୋଡ଼ ଭାଙ୍ଗିଯାଇଥିଲା l ପ୍ରାଥମିକ ଚିକିତ୍ସା କରିବା ପାଇଁ ବଲାଣି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ୨ଜଣ ନାବାଳକ ର ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ଉତ୍ତମ ଚିକିତ୍ସା ନିମନ୍ତେ କେନ୍ଦୁଝର ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି l ବଲାଣି ଟାଉନ ସିପ କ୍ଷେତ୍ର ରେ ଦିନକୁ ଦିନ ଦୃତ ବେଗରେ ବେଲଗାମ ଗାଡ଼ି ଗୁଡ଼ିକ ଚାଲୁଥିବା ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ ଏହା ପ୍ରତି କୌଣସି କଡ଼ା ପଦକ୍ଷେପ ନେଉନାହାନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଏହା ଏକ ଚର୍ଚ୍ଚା ର ବିଷୟ ପାଲଟିଛି l ହେଲେ ଦେଖିବାକୁ ବାକି ରହିଲା ଯେ,୨ ଜଣ ନାବାଳକ କୁ ଧକ୍କା ମାରି ଫେରାର ହୋଇଯାଇଥିବା ଅଜଣା ବୋଲେରୋ ଗାଡ଼ି ଟି କେବେ ଧରା ପଡ଼ିବ ?
Recent Comments