logo
add image
ଜିଲ୍ଲାସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଆଭିମୁଖୀ କରଣ କାର୍ଯ୍ୟକ୍ରମ ।

ଜିଲ୍ଲାସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଆଭିମୁଖୀ କରଣ କାର୍ଯ୍ୟକ୍ରମ ।

ପୁରୀ/୨୧/୦୮/୨୦୨୫/( ଆଧାର ମିଡ଼ିଆ)ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ଜିଲ୍ଲା ଶିକ୍ଷାଧୂକାରୀ ଶ୍ରୀ ଦୀପକ କୁମାର ପାଢୀଙ୍କ ଅଧ୍ଯକ୍ଷତରେ ଜିଲ୍ଲାସ୍ତରୀୟ ମାଧ୍ଯମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଆଭିମୁଖୀ କରଣ କାର୍ଯ୍ୟକ୍ରମ । ସ୍ଥାନୀୟ ପୌର ପରିଷଦ ଟାଉନହଲ୍ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୦୨୪-୨୦୨୫ ବାର୍ଷିକ ପରୀକ୍ଷାରେ A1 ଗ୍ରେଡ୍‌ରେ ପାସ୍‌ କରିଥିବା ୩୬ ଜଣ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଓ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ A2 ଗ୍ରେଡ୍‌ରେ ପାସ୍ କରିଥିବା ୩ଜଣ, ୬ଜଣ ପି.ଇ.ଟି. ଶିକ୍ଷକ ଓ ସ୍ପୋର୍ଟର ସାତଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ଏଥୁରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ପରିଡା ସଭାପତିତ୍ୱ କରିଥିଲେ । ପ୍ରତ୍ୟେକ ସପ୍ତାହରେ ଭର୍‌ଚୁଆଲ ବୈଠକ ଜରିଆରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ବେସିକ୍ ଟେଷ୍ଟ ଓ ଦକ୍ଷତା ବ୍ଳକ ଶିକ୍ଷାଧୂକାରୀଙ୍କ ତତ୍ତ୍ୱବଧାନରେ କରାଯିବା ପାଇଁ ସ୍ଥିର କରାଗଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧୂକାରୀ ଶ୍ରୀ ହିଂମାଶୁ ଭୂଷଣ ସାମର୍ଥ ଓ ଭବରଙ୍ଗ ପ୍ରଧାନ ପ୍ରତ୍ୟେକ ବ୍ଳକର ଶିକ୍ଷାଧୂକାରୀ ଓ ସମେତ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧୂକାରୀ ଶ୍ରୀ ପ୍ରଦୀପ୍ତ କୁମାର ସେନାପତି ଯୋଗଦେଇଥିଲେ ।

Recent Comments

Leave Comments

Top