logo
add image
କାକଟପୁର ବ୍ଲକ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦଡାକରା l

କାକଟପୁର ବ୍ଲକ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦଡାକରା l

                   ଏନଏସି ପାଇଁ ପ୍ରତିବାଦ l
କାକଟପୁର/୨୪/୮/୨୦୨୫/(ଆଧାର ମିଡ଼ିଆ// ତୁଷାର ଦୀକ୍ଷିତ)-କାକଟପୁର ନିର୍ବାଚନ ମଣ୍ଡଳୀ ର ହେଡ଼କ୍ଵାଟର ଭାବେ ପରିଗଣିତ ହେଉଥିବା ବେଳେ ଏନ ଏ ସି ମାନ୍ୟତା ତାଲିକାରେ ସର୍ବାଗ୍ରେ ରହିଥିଲା l ବିଜେଡି ସରକାର ସମୟରେ ନିର୍ବାଚନକୁ ଆଖି ଆଗରେ ରଖି କାକଟପୁରକୁ ଏନଏସି ଘୋଷଣା କରିଥିଲା ମାତ୍ର ନିର୍ବାଚନ ପରେ ବିଜେପି ସରକାରକୁ ଆସିଲା ପରେ କାକଟପୁରର ଏନଏସି ମାନ୍ୟତା ସ୍ବପ୍ନ ପାଲଟିଛି l ରାଜ୍ୟରେ ବିଭିନ୍ନ ପ୍ରାନ୍ତରରୁ ଏନଏସି ମାନ୍ୟତା ପାଇଁ ବନ୍ଦ, ହରତାଳ, ବିକ୍ଷୋଭ ଚାଲିଥିବା ବେଳେ କାକଟପୁରର ମାନ୍ୟତା ଅଧାରେ ଅଟକିଛି l
ତେବେ ଆଜି ରାଜ୍ୟ ବିରୋଧୀ ଦଳ  ଜାତୀୟ କଂଗ୍ରେସର କାକଟପୁର ବ୍ଲକ କଂଗ୍ରେସ ପକ୍ଷରୁ ଏନଏସି ମାନ୍ୟତା ଦାବୀ ନେଇ ଆସନ୍ତା ୨୮ ତାରିଖ ଗୁରୁବାର ଦିନ  କାକଟପୁର  ୧୨ ଘଣ୍ଟିଆ ବନ୍ଦ ଡାକରା ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି l ବ୍ଲକ କଂଗ୍ରେସ ସଭାପତି ଅବଧୂତ ସ୍ୱାଇଁ ୧୨ ଘଣ୍ଟିଆ ଅଖ, ଚକ, ବନ୍ଦସହିତ ଶାନ୍ତିପୂର୍ଣ ବନ୍ଦ ସଫଳତା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି l ଏହି ବନ୍ଦ ଡାକରା ସଫଳ ପାଇଁ ପ୍ରଚାର ପ୍ରସାର ଦାୟିତ୍ୱକୁ କାକଟପୁର ପ୍ରେସ କ୍ଲବ କୁ ପତ୍ରଦ୍ୱାରା ଦଳପକ୍ଷରୁ ଅବଗତ କରାଯାଇଛି l
ଆଜିର ଏହି ବୈଠକରେ ବ୍ଲକ କଂଗ୍ରେସ ସଂଯୋଜକ ଜସ୍ୱବନ୍ତ ନାରାୟଣ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ବିହାରୀ ମହାନ୍ତି, ଜିଲ୍ଲା ସମ୍ପାଦକ ସୋମ୍ୟକାନ୍ତ ଖୁଣ୍ଟିଆ, ବିଚିତ୍ରା ନନ୍ଦ ଦାଶ, ସେକ ଲିଆକାତ, ସୁକାନ୍ତ ପରିଡା, ନଳିନୀ କାନ୍ତ ଦୀକ୍ଷିତ, କରୁଣାକର ସେନାପତି, ରଜବଅଲ୍ଲୀ ବେଗ, ସେକ ହିମାୟତ, ପ୍ରଫୁଲ୍ଲ ନାୟକ, ପ୍ରଫୁଲ ବିଶ୍ୱାଳ, ହୃଷିକେଶ ବେହେରା,ନାରାୟଣ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ

Recent Comments

Leave Comments

Top