ଯୋଡ଼ା/କେନ୍ଦୁଝର,୨୫/୦୮(ଆଧାର ମିଡ଼ିଆ//ରିପୋର୍ଟ - ଟଙ୍କଧର ପାତ୍ର) ଆଜି କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ରେ ନୂତନ ନିର୍ବାହୀ ଅଧିକାରୀ ଦାନିଶ ବେହେରା ଯୋଗ ଦେଇଛନ୍ତି। ସୂଚନା ଅନୁଯାୟୀ ପୂର୍ବରୁ ଥିବା ନିର୍ବାହୀ ଅଧିକାରିଣୀ ସ୍ୱେତାପଦ୍ମ ଧଳ ଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ସେ ଛୁଟି ରେ ରହିବାରୁ ତାଙ୍କ ସ୍ଥାନରେ ନୂତନ ନିର୍ବାହୀ ଅଧିକାରୀ ଦାୟିତ୍ଵ ନେଇଛନ୍ତି।ସେ ଯୋଡ଼ା ବ୍ଲକ ରେ ବ୍ଲକ ବିକାଶ ଅଧିକାରୀ(ବିଡ଼ିଓ) ଭାବେ ମଧ୍ୟ କାର୍ଯ୍ୟରତ ଅଛନ୍ତି। ତାଙ୍କର ଉତ୍ତମ କାର୍ଯ୍ୟ କୁ ନେଇ ଯୋଡ଼ା ପୌରପାଳିକା ରେ ମଧ୍ୟ ଦାୟିତ୍ଵ ଦିଆଯାଇଛି। ତେଣୁ ବିଶ୍ଵ ହିନ୍ଦୁ ପରିଷଦ ର ସଭାପତି ଶ୍ରୀ ରଞ୍ଜିତ ମହାକୁଡ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଏହା ସହିତ ସମାଜ ସେବୀ ସଞ୍ଜୟ ପାତ୍ର, ଅଜୟ ସିହ୍ନା, ଏମ ଡି ରାଜେନ,ସଞ୍ଜୟ ସାମଲ, ପୃଥିବୀ ରାଜ ଏବଂ ଆଧାର ମିଡ଼ିଆ ନ୍ୟୁଜ ର ଜିଲ୍ଲା ପ୍ରତିନିଧି ଟଙ୍କଧର ପାତ୍ର ମଧ୍ୟ ସ୍ବାଗତ ଜଣାଇଥିଲେ। ଆଗାମୀ ଦିନରେ ଯୋଡ଼ା ପୌରପାଳିକା ରେ ସମସ୍ତ ସମସ୍ୟା କୁ ସମାଧାନ କରିବା ସହିତ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଶ୍ରୀ ବେହେରା ମତ ପ୍ରକାଶ କରିଛନ୍ତି।
Recent Comments