logo
add image
ବ୍ଲକସ୍ତରୀୟ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀଶିବିର ଅନୁଷ୍ଠିତ ହୋଇଯାଇଛି

ବ୍ଲକସ୍ତରୀୟ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀଶିବିର ଅନୁଷ୍ଠିତ ହୋଇଯାଇଛି

ଵିଷମକଟକ/ ୨୫/୦୮/୨୦୨୫/( ଆଧାର ମିଡ଼ିଆ//କାଶିନାଥ ପାଳ) ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ  ମୁନିଗୁଡ଼ା ବ୍ଲକ ସଦର ମହକୁମା ସ୍ଥିତ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ କରାଯାଇଥିଲା। ଏହି ଯୁଗ୍ମ ଅଭିଯୋଗ ଶୁଣାଣୀରେ ଜିଲ୍ଲା ଆରୋକ୍ଷୀ ଅଧିକ୍ଷକ ଏସ୍.ସ୍ୱାତୀ କୁମାର, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବି ସରୋଜିନୀ ଦେବୀ, ମୁନିଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀ ମତୀ ଦୁଃଖିନୀ ନୁଣ୍ଡୃକା, ମୁନିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ କୃଷ୍ଣଚନ୍ଦ୍ର ଦଳପତି, ମୁନିଗୁଡ଼ା ତହସିଲଦାର ଏମ୍ ଅନୁରାଧା, ମୁନିଗୁଡ଼ା ଫରେଷ୍ଟ ରେଞ୍ଜ ଅଫିସର ଅନୀଲ କୁମାର ବାଲ, ମୁନିଗୁଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଡଃ ଆସିସ୍ କୁମାର ପଣ୍ଡା,ଉପସ୍ଥିତ ରହି ଜନସାଧାରଣଙ୍କ ଠାରୁ ବିଭିନ୍ନ ସମସ୍ୟାର ଅଭିଯୋଗ ଶୁଣାଣି କରିଥିଲେ।
ଏହି ଯୁଗ୍ମ ଅଭିଯୋଗ ଶୁଣାଣୀରେ ମୋଟ ୯୧ ଟି ଅଭିଯୋଗ ଜିଲ୍ଲାପାଳ ଗ୍ରହଣ କରିଥିବା ବେଳେ। ସେଥି ମଧ୍ୟରୁ ୧୯  ଗୋଟି ବ୍ୟକ୍ତିଗତ ଅଭିଯୋଗ ଓ ୭୨ ଟି ଗୋଷ୍ଠୀଗତ ଗ୍ରାମବାସୀ ମାନଙ୍କ ସାମୂହିକ ଅଭିଯୋଗ ରହିଥିଲା। ବିଶେଷ କରି ତଥା ଆବାସିକ ଯୋଜନାରେ ଗୃହ, ସ୍ବାସ୍ଥ୍ୟଗତ ସମସ୍ୟା, ଜମିଜମା ପାରିବାରିକ ସମସ୍ୟା ,ଜଳସେଚନ, ଭତ୍ତା, ରାସ୍ତା ଘାଟ ମରାମତି ଓ ନିର୍ମାଣ, ମୁନିଗୁଡ଼ା ଟିକରପଡା ଓ ମୁନିଖୋଲ ରେଳବାଇ ଫାଟକରେ ଅଣ୍ଡର ଗ୍ରାଉଣ୍ଡ ନିର୍ମାଣ ଅଙ୍ଗନବାଡି ଗୃହ ନିର୍ମାଣ ସହ ଅନ୍ୟାନ୍ୟ ବ୍ୟକ୍ତି ଗତ ସାମୁହିକ ଗୋଷ୍ଠୀ ଗତ ସମସ୍ୟା ଅଭିଯୋଗ ପଞ୍ଜିକୃତ ହୋଇଥିଲା।
ଏହି ଅଭିଯୋଗ ଶିବିରରେ,ଜିଲ୍ଲା ମଙ୍ଗଳ ଅଧିକାରୀ,ଆଞ୍ଚଳିକ ପରିବହନ ଅଧିକାରୀ,ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ମଧ୍ୟମ ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ, ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ, ରାସ୍ତା ଓ କୋଠାବାଡ଼ି ନିର୍ବାହୀ ଯନ୍ତ୍ରୀ, ଟାଟା ପାୱାର ସହକାରୀ ଯନ୍ତ୍ରୀ,ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ,ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରିୟ,ସମସ୍ତ ବିଭାଗୀୟ  ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ଠାରୁ ବିଭିନ୍ନ ଅଭିଯୋଗ ଶୁଣାଣୀ କରିଥିଲେ।  ରାୟଗଡ଼ା ଜିଲ୍ଲାପାଳ ଆଜିର ଉକ୍ତ ଅଭିଯୋଗ ଗୁଡିକୁ ପାଇଲା ପରେ କାର୍ଯ୍ଯାରତ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।  ଏହି ଅଭିଯୋଗ ଶୁଣାଣୀ ଶିବିରରେ ମୁନିଗୁଡ଼ା ପ୍ରତ୍ୟେକ ବିଭାଗୀୟ ଅଧିକାରୀ  ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା

Recent Comments

Leave Comments

Top