ବିଷମକଟକ/ରାୟଗଡ଼ା/୨୫/୦୮/୨୦୨୫/(ଆଧାର ମିଡ଼ିଆ//କାଷିନାଥ ପାଳ)-ବିଷମକଟକ ଥାନା ଅନ୍ତର୍ଗତ ଦୁର୍ଗୀ ପଞ୍ଚାୟତର କୁଦୋନ ପଦର ଡ୍ୟାମରେ ଦେଖିବାକୁ ମିଳିଥିଲା ଏକ ଭାସମାନ ଶବ । ଶବଟି ଭାସମାନ ଅବସ୍ଥାକୁ ଚାଲି ଆସିଥିବା ବେଳେ ଆଜି ଦୁର୍ଗୀ ପଞ୍ଚାୟତରେ ଥିବା ସମୋବର ହାଟକୁ ଭାଲେରି ଯିବା ସମୟରେ ଲକୋମାନେ ଦେଖିବାକୁ ପାଇଥିଲେ ଏକଶବ । ସ୍ଥାନୀୟ ଲୋକେ ପ୍ରଥମେ ସରପଞ୍ଚଙ୍କ ଜରିଆରେ ପୋଲିସ୍ ଓ ଅଂଗ୍ନିଶ୍ରମ ବାହିନୀକୁ ଖବର ଦେଇଥିଲେ । କିଛି ସମୟ ପରେ ପୋଲିସ୍ ପ୍ରଶାସନ ଓ ଅଂଗ୍ନିଶ୍ରମ୍ ବାହିନୀ ପହଞ୍ଜି ଶବଟିକୁ ବାହାର କରିଥିଲେ । ଶବଟିକୁ ଚିହ୍ନଟ ହେବାପରେ ଶତାଧିକ ମହିଳାଙ୍କ କାନ୍ଦ ବୋବାଳି ଶୁଣିବାକୁ ମିଳିଥିଲା । ମୂତକ ଜଣକ ହେଲେ ଜଣେ ମହିଳା (୨୦ବର୍ଷ) ଓ ତାଙ୍କ ନାମ ହେଉଛି କବିତା କୁମ୍ବୁରିକା । ସ୍ବାମୀ ହେଉଛନ୍ତି ନୂଆ ପ୍ରସ୍କା ଓ ଏମାନଙ୍କ ଗ୍ରାମ ହେଉଛି ବଡ କାଚାପାଇ । ଵିଵାହ କରିଥିବା ସମୟ ମାତ୍ର ଏକବର୍ଷ । ମୃତ୍ୟୁବରଣ କରିଥିବା ମହିଳା ହେଉଛି କାଲପାଇ ଗ୍ରାମର। ପିତା ଦାମୋଦର କୁମ୍ବୁରୀକା ଓ ମାତା ଉଷାବତିଙ୍କ ସାନଝିଅ ହେଉଛନ୍ତି କବିତା । ବଡ ଭଉଣୀ କହିବା ଅନୁଯାୟୀ ସେ ଦୁଇଦିନ ହେଲା ନିଖାଜଥିଲେ ।ଆଜି ପୋଲିସ୍ ପ୍ରଶାସନ ଓ ଅଙ୍ଗିସମ୍ ବାହିନୀ ଶବ ବାହାର କରିବା ସମୟେ ଆମେ ଚିହ୍ନଟ କରିଥିଲୁ ଆମ ଭଉଣୀଙ୍କ ଶବ । ଏବେ ଦେଖିବାକୁ ରହିଲା ପୋଷ୍ଟ ମୋଟମ୍ ରିପୋର୍ଟକୁ ।
Recent Comments